Onn 3

ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ

State

ବାରିପଦା: ଚିନ୍ମୟ ମିଶନ ବାରିପଦା ଆନୁକୂଲ୍ୟରେ ଗୁରୁପୂର୍ଣ୍ଣିମା ଉପଲକ୍ଷେ ପ୍ରତିବର୍ଷ ରକ୍ତଦାନ ଶିବିର ଆୟୋଜନ କରାଯାଇଥାଏ l ଏ ବର୍ଷ ଆସନ୍ତା ୯ ତାରିଖ ରବିବାର ଦିନ ସକାଳ ୮ ଟାରୁ ଦିନ ୧ ଟା ପ୍ରଯ୍ୟନ୍ତ ସ୍ଥାନୀୟ ମଧୁବନ ସ୍ଥିତ ଚିନ୍ମୟ ଗୁରୁପାଦ ଆଶ୍ରମ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହେବ l ଆଜି ଚିନ୍ମୟ ମିଶନ ବାରିପଦାର ଆଚାର୍ଯ୍ୟ ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ବତୀଙ୍କ ପୌରହିତରେ ଏକ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l

ଉକ୍ତ ବୈଠକରେ ଚିନ୍ମୟମିଶନ ବାରିପଦା ର ସଭାପତି ବିଜୟ ଲେଙ୍କା, କୋଷାଧକ୍ଷ ପ୍ରଦୀପ ମହାନ୍ତି, ବ୍ରାହ୍ମଚାରୀ ଅନିକେଶ ଚୈତନ୍ୟ, ଶକୁନ୍ତଳା ପାଲ, ବରିଷ୍ଠ ଆଇନଜୀବି ସତ୍ୟବ୍ରତ ମହାନ୍ତି, ପୂର୍ବତନ ନର୍ସିଂ ନିର୍ଦେଶକ ଡା ପ୍ରାଣକୃଷ୍ଣ ବେହେରା, ଡା ସୁନନ୍ଦନ ମିଶ୍ର, ମାଧବ ପାତ୍ର, ଡା ରାଜଶ୍ରୀ ସାହୁ, ଅବସରପ୍ରାପ୍ତ ଆୟକର ଅଧିକାରୀ ତପନ ପଟ୍ଟନାୟକ, ବିବେକାନନ୍ଦ ଦାସ, ହୃଦାନନ୍ଦ ଆଚାର୍ଯ୍ୟ, ପ୍ରୋମଦିନି ପଟ୍ଟନାୟକ, କ୍ରିଷ୍ଣା ଘୋଷ, ଗିରିଜାଶଙ୍କର ମହାନ୍ତି, ଶ୍ରୀଧର ପରିଡା, ଶାନ୍ତିଲତା ସିଂହ,ଦାମନ ନାୟକ, କବିତା ଦାସ, ଜୟନ୍ତୀ ଲେଙ୍କା, ସବ୍ୟସାଚୀ ପଲେଇ, ଶିବାନୀ ବେହେରା, ବିଷ୍ଣୁପଦ ବେରା ସହିତ ଚିନ୍ମୟ ମିଶନ ପରିବାରର ସମସ୍ତ ସଦସ୍ୟ ଭାଗ ନେଇଥିଲେ l ସମ୍ପାଦକ ଅଜିତ ବେହେରା ଧନ୍ୟବାଦ ଅର୍ପଣ କରିବା ସହିତ ଉକ୍ତ ରକ୍ତଦାନ ଶିବିରରେ ରକ୍ତଦାନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି l