Onn 3

ଜୁଲାଇ ୨୫ ପର୍ଯ୍ୟନ୍ତ ମୟୂରଭଂଜରେ ନିଯୁକ୍ତି ଶିବିର

State

ଜିଲ୍ଲାର ସମସ୍ତ ୨୬ଟି ବ୍ଲକରେ ଅନୁଷ୍ଠିତ ହେବ ଶିବିର

ବାରିପଦା : ମୟୂରଭଂଜ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ନିୟୋଜନ ବିଭାଗ ମିଳିତ ସହଯୋଗରେ ରିଜିଓନାଲ ଟ୍ରେନିଙ୍ଗ ଏକାଡେମି, ଏସ୍‌ଆଇଏସ୍‌ ଇଣ୍ଡିଆ ଲିଃ. କଟକ ପକ୍ଷରୁ ଜିଲ୍ଲାର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ରୋଜଗାର ଉପଲବ୍ଧ କରାଇବା ସକାଶେ ସୁରକ୍ଷା କର୍ମୀ ଓ ସୁରକ୍ଷା
ଅଧିକାରୀ ପଦବୀରେ ନିଯୁକ୍ତି ପାଇଁ ତା ୧୦.୦୭.୨୦୨୩ ରିଖରୁ ଆସନ୍ତା ତା.୨୫.୦୭.୨୦୨୩ ରିଖ ପର୍ଯ୍ୟନ୍ତ ପ୍ରତ୍ୟେହ ସକାଳ ୧୦:୩୦ ଘଟିକାରୁ ଅପରାହ୍ନ ୩ଘଟିକା ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ୨୬ଟି ବ୍ଲକ କାର୍ଯ୍ୟାଳୟ ଠାରେ ଚୟନ ଓ ପଂଜିକରଣ ଶିବିର ଅନୁଷ୍ଚିତ ହେବ |

ଉକ୍ତ ଚୟନ ଶିବିର ଯଥା କ୍ରମେ ତିରିଙ୍ଗ ଓ ବହଳଦା ବ୍ଲକରେ ଜୁଲାଇ ୧୦ ତାରିଖ, ବିଜତଳା ଓ ବିଶୋଇ ବ୍ଲକରେ ଜୁଲାଇ ୧୧ ତାରିଖ, କୁସୁମୀ ଓ ଯାମଦା ବ୍ଲକରେ ଜୁଲାଇ ୧୨ ତାରିଖ, ଯଶିପୁର ଓ ରାଇରଙ୍ଗପୁର ବ୍ଲକରେ ଜୁଲାଇ ୧୩ ତାରିଖ, ସେହିପରି ରରୁଆଁ, ଓ ଶୁକୃଳି ବ୍ଲକରେ ଜୁଲାଇ ୧୪ ତାରିଖ, ଠାକୁରମୁଣ୍ଡା ଓ କରଂଜିଆ ବ୍ଲକରେ ଜୁଲାଇ ୧୫ ତାରିଖ, ସାରସକଣା ଓ ବାଙ୍ଗିରିପୋଷି ବ୍ଲକରେ ଜୁଲାଇ ୧୭ ତାରିଖ, କୁଲିଅଣା ଓ ଶୁଳିଆପଦା ବ୍ଲକରେ ଜୁଲାଇ ୧୮ ତାରିଖ, ରାସଗୋବିନ୍ଦପୁର ଓ ମୋରଡା ବ୍ଲକରେ ଜୁଲାଇ ୧୯ ତାରିଖ ଦିନ ମାନଙ୍କରେ ଅନୁଷ୍ଠିତ ହେବ । ସେହିପରି ବେତନଟୀ ଓ ବଡ଼ସାହି ବ୍ଲକରେ ଜୁଲାଇ ୨୦ ତାରିଖ, ଖୁଣ୍ଟା ଓ ଗୋପବନ୍ଧୁନଗର ବ୍ଲକ ପାଇଁ ଆସନ୍ତା ଜୁଲାଇ ୨୧ ତାରିଖ, ଶାମଖୁଣ୍ଟା ଓ ବାରିପଦା ବ୍ଲକ ପାଇଁ ଆସନ୍ତା ଜୁଲାଇ ୨୪ ତାରିଖ ତଥା ଉଦଳା ଓ କପ୍ତିପଦା ପାଇଁ ଜୁଲାଇ ୨୫ ତାରିଖରେ ସଂପୂକ୍ତ ବ୍ଲକ କାର୍ଯ୍ୟାଳୟ ମାନଙ୍କରେ ଶିବିର ଅନୁଷ୍ଠିତ ହେବ।

ଏଥି ନିମନ୍ତେ ପ୍ରାର୍ଥୀ ମାନଙ୍କ ବୟସ ୨୧ ରୁ ୩୭ ବର୍ଷ ଓ ଶିକ୍ଷାଗତ ଯୋଗ୍ୟତା ଦଶମ ପାସ, ଉଚ୍ଚତା ୧୬୭.୫ ସେ.ମି ଏବଂ ଶାରୀରିକ ଭାବରେ ସୁସ୍ଥ ହୋଇଥିବା ଆବଶ୍ୟକ । ଚୟନ ପ୍ରର୍ଥୀମାନଙ୍କୁ କଟକ ଚୌଦାରରେ ଏସଆଇଏସ ଲିଃ. ତରଫରୁ ଏକ ମାସ ପାଇଁ ଶାରୀରିକ ଦକ୍ଷତା, ଅଗ୍ନିଶମ ସେବା ପ୍ରଶିକ୍ଷଣ ଓ ପ୍ରାଥମିକ ଚିକିତ୍ସା ଆଦି ସଂପର୍କରେ ତାଲିମ ଦିଆଯିବା ସହ ସଫଳ ପ୍ରଶିକ୍ଷଣ ପରେ ଯୋଗ୍ୟ ପ୍ରାର୍ଥୀଙ୍କୁ ରାଜ୍ୟ ତଥା ଦେଶର ବିଭିନ୍ନ ଜଣାଶୁଣା ସଂସ୍ଥାରେ ନିଯୁକ୍ତି ଦିଆଯିବ ବୋଲି ଜଣାଯାଇଛି ।