Img 20240904 Wa0168

ଓଡ଼ିଆ ଜାଗରଣ ମଂଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

State

ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ଙ୍କ ଜୟନ୍ତୀକୁ ସରକାରୀ ଛୁଟି ଘୋଷଣା ଦାବୀ

ବାରିପଦା : ନବ ଓଡ଼ିଶାର ଅନ୍ୟତମ ନିର୍ମାତା, ଉତ୍କଳ ସମ୍ମିଳନୀର ପ୍ରଥମ ସଭାପତି ମୟୂରଭଞ୍ଜର ପୂର୍ବତନ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ଙ୍କ ଜନ୍ମ ଦିନ ଡିସେମ୍ବର 17 ତାରିଖକୁ ସରକାରୀ ଛୁଟି ଘୋଷଣା କରାଯିବା ନିମନ୍ତେ ଓଡ଼ିଆ ଜାଗରଣ ମଞ୍ଚ ତରଫରୁ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀ ଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ସହ ଜିଲ୍ଲାର ଜନ ପ୍ରତିନିଧି ଭାବରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର, ବଡ଼ସାହି ବିଧାୟକ ସନାତନ ବିଜୁଳି, ଉଦଳା ବିଧାୟକ ଭାସ୍କର ମଢ଼େଇ, ବାରିପଦା ବିଧାୟକ ପ୍ରକାଶ ସୋରେନ ଙ୍କୁ ମଧ୍ୟ ଦାବିପତ୍ର ଡାକ ଯୋଗେ ପ୍ରଦାନ କରାଯାଇଛି | ମୟୂରଭଞ୍ଜର ସାଧାରଣ ଜନତା ଦୀର୍ଘ ବର୍ଷ ହେବ ମହାରାଜାଙ୍କ ଜନ୍ମ ଜୟନ୍ତି କୁ ସରକାରୀ ଛୁଟି ଘୋଷଣା କରାଯିବା ପାଇଁ ଦାବି କରି ଆସୁ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି ଏହି ଦାବି ପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଓଡ଼ିଆ ଜାଗରଣ ମଞ୍ଚର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକ, ସଂଗଠନ ସମ୍ପାଦକ ପିତାମ୍ବର ମଲ୍ଲିକ, ଆଇନଜୀବୀ ଅରବିନ୍ଦ ଦାସ, ସତ୍ୟବାନ ପାଲ, ଲିଙ୍ଗରାଜ ମିଶ୍ର ପ୍ରଦୀପ କୁମାର ପଳେଇ, ଅରୁଣ କୁମାର ମହାପାତ୍ର, ଇନ୍ଦୁମତି ମହାନ୍ତି, ଲୋକନାଥ ଦାସ ପ୍ରମୁଖ ଉପସ୍ଥିତ ଥିଲେ |