Img 20240904 Wa0247

ବାଘିଆ ପଲ୍ଲୀରେ ଛେଳି ଚିକିତ୍ସା ଶିବିର ଅନୁଷ୍ଠିତ

State

ବାରିପଦା: ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ଜାମଦା ବ୍ଲକ ବାଘିଆ ପଲ୍ଲୀରେ ପ୍ରାଣୀଚିକିତ୍ସା ବିଭାଗ ଓ ଆଇଟିଡିଏ ମୟୂରଭଞ୍ଜ ମିଳିତ ସହଯୋଗରେ ଛେଳି ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି |ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ରାମ ମୋହନ ରାୟ୍,ଜାମଦା ବ୍ଲକ ପ୍ରାଣୀ ଚିକିତ୍ସକ ଡାକ୍ତର ସୌମ୍ୟ ରଂଜନ ମିଶ୍ର,ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ଶରତ ଚନ୍ଦ୍ର ସାହୁ ଶିବିରରେ ଉପସ୍ଥିତ ଥାଇ ୬୦ଗୋଟି ଛେଳିର ଚିକିତ୍ସା କାର୍ଯ୍ୟରେ ସକ୍ରିୟ ଥିଲେ |ଆବଶ୍ୟକ ସେବା ଓ ମାଗଣାରେ ଔଷଧ ପ୍ରଦାନ କରିବା ସହ ବିଭିନ୍ନ ରୋଗର ଲକ୍ଷଣ ଜଣାଇବା , ନିରାକରଣ ପାଇଁ ଔଷଧ ସହ ଟିକା ପ୍ରଦାନ ଆଦି ବିଷୟରେ ଛେଳି ଚାଷୀମାନଙ୍କୁ ଜଣାଇଥିଲେ |