Onn 3

ହାଇଓ୍ବା-କାର ମୁହାଁମୁହିଁ ଧକ୍କା, ୪ ଗୁରୁତର

State

 

Screenshot-2023-12-13-115319-750x430-1

କୋରାପୁଟ: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ହାଇୱା ଓ କାର୍ ମୁହାଁମୁହିଁ ଧକ୍କା ହେବା ଫଳରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ, ଜିଲ୍ଲାର ଟିମାଝଲା ଛକ ନିକଟ ଦେଇ ଯାଇଥିବା ୩୨୬ ନମ୍ବର୍ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା । ଭୁବନେଶ୍ୱର ରୁ ନବରଙ୍ଗପୁର ଅଭିମୁଖେ ଯାଉଥିବା ଏକ କାର ତାର ବିପରୀତ ଦିଗରୁ ଆସୁଥିବା ଏକ ହାଇଓ୍ବା ସହ ମୁହାଁମୁହିଁ ଧକ୍କା ହୋଇଥିଲା । ​​

କାର ଭିତରେ ଥିବା ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ପରେ ସେମାନଙ୍କ ସ୍ବାସ୍ଥାବସ୍ଥା ସଙ୍କାଟାପନ୍ନ ହେବାରୁ ସମସ୍ତଙ୍କୁ ଏସଏଲଏନ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ସୁଦ୍ଧା ଗୁରୁତରଙ୍କ ପରିଚୟ ମିଳିପାରି ନାହିଁ ।

ତେବେ ଦୁର୍ଘଟଣାରେ କାର ଟିର ଆଗ ଭାଗ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବାବେଳେ, ଉଭୟ ହାଇଓ୍ବା ଓ କାରକୁ ଜବତ ରଖି ତଦନ୍ତ କରୁଛି ପୋଲିସ ।