ବାରିପଦା : ଆଜି ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକର ବାଦାମପାହାଡ଼ ଠାରେ ଗୋଷ୍ଠୀଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ ଜନ ଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ବାମନଘାଟି ଉପଜିଲ୍ଲାପାଳ ଶ୍ରୀ ସୌମ୍ୟରଞ୍ଜନ ପ୍ରଧାନ ,ଜିଲ୍ଲା ଆରକ୍ଷୀ ଅଧିକ୍ଷିକା ଶ୍ରୀମତୀ ଏସ.ସୁଶ୍ରୀ, ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୌଲତ ଚନ୍ଦ୍ରକାର,କୁସୁମୀ ବିଡିଓ ଶ୍ରୀ ସ୍ୱାଦିପ କୁମାର ତପ,ରାଇରଙ୍ଗପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ଗୋକୁଳାନନ୍ଦ ସାହୁ ଓ ରାଇରଙ୍ଗପୁର ଆଇ ଟି ଡି ଏ ର ପ୍ରକଳ୍ପ ପ୍ରଶାସକ ଶ୍ରୀ ପରୀକ୍ଷୀତ ଦାଶ ପ୍ରମୁଖ ଯୋଗ ଦେଇଥିଲେ ।
ପ୍ରାରମ୍ଭ ରେ ଜିଲ୍ଲାପାଳ ଉପସ୍ଥିତ ସମସ୍ତ ଅଧିକାରୀ ମାନଙ୍କୁ ସ୍ୱାଗତ ଜଣାଇଥିଲେ । କରିବା ସହ ଜନସାଧାରଣ ଙ୍କ ଠାରୁ ଆସୁଥିବା ଆପତ୍ତି ଅଭିଯୋଗ ଗୁଡିକର ସମାଧାନ ତ୍ୱରିତ ପ୍ରକ୍ରିୟା ରେ ସମ୍ପନ୍ନ କରିବା ପାଇଁ ପରାମର୍ଶ ଦେଇଥିଲେ ।
ଆଜିର ଏହି ଜନ ଶୁଣାଣୀ ଶିବିର ରେ ଜନସାଧାରଣ ଙ୍କ ଠାରୁ ମୋଟ ୭୩ ଟି ଅଭିଯୋଗ ପତ୍ର ପଂଜିକୃତ ହୋଇଥିବା ବେଳେ ୫୧ଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ଏବଂ ୨୨ଟି ଗ୍ରାମବାସୀ ଙ୍କ ବିଭିନ୍ନ ସମସ୍ୟା ଭିତ୍ତିକ ସାମୁହିକ ଅଭିଯୋଗ ଥିଲା ।
ଏଥି ମଧ୍ୟରୁ ଅଭିଯୋଗକାରୀଙ୍କ ଅଭିଯୋଗ ର ଗୁରୁତ୍ୱକୁ ବିଚାର କରି ଜିଲ୍ଲାପାଳ ଜଣଙ୍କୁ ରେଡ଼କ୍ରସ ପାଣ୍ଠିରୁ ଟ. ୨୦୦୦/- ଟଙ୍କା ମଂଜୁର କରିଥିଲେ ଏବଂ ୨ ଗୋଟି ଅଭିଯୋଗ ର ତତ୍କାଳ ସମାଧାନ କରାଯାଇଥିଲା ।
ଅନ୍ୟାନ୍ୟ ଆପତ୍ତି ଅଭିଯୋଗ ଗୁଡିକର ବିଷୟ ପ୍ରସଙ୍ଗ ଉପରେ ସବିଶେଷ ତଦନ୍ତ କରି ଅନୁଧ୍ୟାନ ପୂର୍ବକ ବିହିତ କାର୍ଯ୍ୟାନୁଷ୍ଠାନ ନେବା ସହ ତ୍ୱରିତ ପ୍ରକ୍ରିୟା ରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ.ଏହି ଅବସରରେ ମଧୁବାବୁ ପେନସନ ଯୋଜନା ର କିଛି ହିତାଧିକାରୀ ଙ୍କୁ ସେମାନଙ୍କ କାର୍ଡ ବଣ୍ଟନ କରାଯାଇଥିଲା ।
ଅନୁଷ୍ଠିତ ଉକ୍ତ ଶିବିର ରେ କୁସୁମୀ ବ୍ଲକ ଅଧିନସ୍ଥ ସମସ୍ତ ବିଭାଗୀୟ ଅଧିକାରୀ ଙ୍କ ସମେତ ବାମନଘାଟି ଉପଖଣ୍ଡ ର ବିଭିନ୍ନ ଉପଖଣ୍ଡ ସ୍ତରୀୟ ପଦାଧିକାରୀ ଓ ଲାଇନ ବିଭାଗ ର ଅଧିକାରୀ ଉପସ୍ଥିତ ଥିବା ବେଳେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ଓ କୁସୁମୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ର କର୍ମଚାରୀ ମାନଙ୍କ ଦ୍ୱାରା ଶିବିର ପରିଚାଳନା କରାଯାଇଥିଲା ।
ଦିର୍ଘ ବର୍ଷ ଧରି କୌଣସି ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ହେଉ ନ ଥିଲା ।ନୂତନ ଜିଲ୍ଲାପାଳଙ୍କ ପ୍ରୟାସରେ ପ୍ରଥମ କରି ବ୍ଳକ ସ୍ତରୀୟ ଜନ ଶୁଣାଣି କୁସୁମିତ ବ୍ଲକରେ ହୋଇ ଥିବାରୁ ଅଂଚଳ ବାସୀଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳା ଯିବା ସହ ଜିଲ୍ଲାପାଳଙ୍କ ପ୍ରବାହକୁ ପ୍ରଶଂସା କରାଯାଇଛି । ସାଧାରଣ ଲୋକେ ଅଳ୍ପ ଖର୍ଚ୍ଚରେ ଆମ ଵସ ରେ ଆସି ବ୍ଳକ ରେ ନିଜର ଅଭିଯୋଗ ପତ୍ର ଜିଲ୍ଲାପାଳଙ୍କୁ ଦେଇ ପାରିଥିବାରୁ ଖୁସି ।ଆଗରୁ ମାସକରେ ଥରେ ଉପଖଣ୍ଡ ଖଣ୍ଡ ସ୍ତରୀୟ ଜନ ଶୁଣାଣିରେ ନିରିହ ଆଦିବାସୀମାନେ ୪୦/ ରୁ ୫୦ କିମି ଦୂରରୁ ଆସି ଆର୍ଥିକ ଖର୍ଚାନ୍ତ ହେବାକୁ ପଡୁଥିଲା । ଖର୍ଚ୍ଚାନ୍ତ,ଦୂରାନ୍ତ ଏବଂ ବହୁ ସମୟ ନଷ୍ଟ ହେଉଥିବାରୁ ଗ୍ରାମାଞ୍ଚଳନ ନିରିହ ଆଦିବାସୀ ଭାଇ ଭଉଣୀମାନେ ରାଇରଙ୍ଗପୁର ଉପଖଣ୍ଡରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ରେ ଅଂଶ ଗ୍ରହଣ ପାଇଁ ଅମଙ୍ଗ ହେଉଛନ୍ତି । ଯାହାଫଳରେ ଉପଖଣ୍ଡ ସ୍ତରୀୟ ଜନଶୁଣାଣୀ ରେ ୭ ଟି ବ୍ଳକର ଅଧିକାଂଶ ସମୟ ୬୦ ରୁ ୧୦୦ ଭିତରେ ଅଭିଯୋଗକାରୀ ଅଭିଯୋଗ ପଂଜିକୃତ ହେଉଛି ।ଯାହାକି ଅତି ନୈରାଶ୍ୟଜନକ ।ତେଣୁ ଆଗକୁ ପ୍ରତି ବ୍ଲକରେ ଅନ୍ୟ ଜିଲ୍ଲା ଭଳି ଜିଲ୍ଲାପାଳଙ୍କ ଦ୍ବାରା ଜନ ଶୁଣାଣି ଶିବିର ଆୟୋଜନ ପାଇଁ ବୁଦ୍ଧିଜୀବୀ, ଅଂଚଳ ବାସୀଙ୍କ ଦ୍ବାରା ଦାବି ହେଉଛି ।