Onn 3

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରୟାସ ପାଇଁ ସମଗ୍ର ଅଞ୍ଚଳ ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ

State

ନିଶ୍ଚିନ୍ତକୋଇଲି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହତ ଆହ୍ୱାନ କ୍ରମେ ସମଗ୍ର ପଞ୍ଚାୟତରେ ଜୟ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା କରିଛି। ଏହି ଅବସରରେ ପୂର୍ବତନ ମନ୍ତ୍ରୀ ତଥା ବିକାଶପୁରୁଷ ମାହାଙ୍ଗା ବିଧାୟକ ପ୍ରତାପ ଜେନା ନିଶ୍ଚିନ୍ତକୋଇଲି ବ୍ଲକର ବିଭିନ୍ନ ପଞ୍ଚାୟତ ପରିଦର୍ଶନ କରି ଘରେ ଘରେ ପରିକ୍ରମା କରୁଥିବା ଜୟ ଜଗନ୍ନାଥ ଅର୍ପଣ ରଥ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ନିଜେ ନାମ ସଂକୀର୍ତ୍ତନ କରି ଜୟ ଜଗନ୍ନାଥ ଧ୍ୱନି ଦେଇ ଗାଁ ଗଣ୍ଡାରେ ଆଧାତ୍ମିକ ପରିବେଶ ସୃଷ୍ଟି କରିଛନ୍ତି। ନିଶ୍ଚିନ୍ତକୋଇଲି ବ୍ଲକ ସରପଡ଼ା, ବୁହାଳୋ ଏବଂ ଜିଗ୍ନୀପୁର ପଞ୍ଚାୟତ
ଗ୍ରସ୍ତ କରି ସରପଡ଼ା ଗ୍ରାମବାସୀଙ୍କ ସହିତ ମିଳିମିଶି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏଭଳି କାର୍ଯ୍ୟକ୍ରମରେ ଯୋଗଦାନ କରି ନିଜକୁ ଧନ୍ୟ ମନେ କରିଥିଲେ ଏବଂ ପ୍ରତ୍ୟେକ ଗାଁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ପଦକ୍ଷେପ ଅତ୍ୟନ୍ତ ସାଗତଯୋଗ୍ୟ, ଏପରି କାର୍ଯ୍ୟକ୍ରମ ଦ୍ବାରା ପ୍ରତ୍ୟେକ ଗାଁ ଆଜି ଜଗନ୍ନାଥ ନାମ, ସଂସ୍କୃତି,ସଂରକ୍ଷଣ ଓ ଜଗନ୍ନାଥ ଧ୍ୱନିରେ ଭାବବିହ୍ବଳ ହୋଇଉଠିଛି ବୋଲି ବିଧାୟକ ଶ୍ରୀ ଜେନା ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଜେନାଙ୍କ ସହ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ବିଡ଼ିଓ ଧର୍ମରଂଜନ ପଣ୍ଡା,ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ସରପ ବିବେକାନନ୍ଦ ଆଚାର୍ଯ୍ୟ, ସମିତିସଭ୍ୟା ସସ୍ମିତା ସାଇଁ,ସମିତିସଭ୍ୟଙ୍କ ପ୍ରତିନିଧ ପ୍ରମୋଦ କୁମାର ସାଇଁ, ପୂର୍ବତନ ସରପ ରାଜେନ୍ଦ୍ର ମହାନ୍ତି,ତପନ କୁମାର ଦାଶ,ଜୀବନାନନ୍ଦ ଦାଶ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ଭାବେ ବିଧାୟକ ଶ୍ରୀ ଜେନା ଙ୍କ ବୁହାଳୋ ପଞ୍ଚାୟତର ସରପଞ୍ଚ ରମାକାନ୍ତ ମହାନ୍ତି, ଜିଗ୍ନୀପୁର ସରପଞ୍ଚ ତିଳୋତମା ରାଉତ, ଯୁବନେତା ଜ୍ଞାନରଂଜନ ରାଉତଙ୍କ ସମେତ ସମସ୍ତ ଗ୍ରାମବାସୀ, ଶ୍ରଦ୍ଧାଳୁ ଭକ୍ତ ଯୋଗଦାନ କରି ରଥ ପରିକ୍ରମାରେ ଅକ୍ଷତ, ଗୁଆ,ନଡ଼ିଆ ପ୍ରଦାନ ପୂର୍ବକ ମହାପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ କୃପା ଭିକ୍ଷା କରିଥିଲେ । ଏଭଳି ମହତ କାର୍ଯ୍ୟକ୍ରମକୁ ସାଧାରଣରେ ଦୃଢ ପ୍ରଶଂସା ଏବଂ ସାଗତ କରାଯାଇଥିଲା ।