Bal Baiganik Prodorsoni Inaguration Ceremony

ବାରିପଦାରେ ରାଜ୍ୟସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦ୍ଘାଟିତ

State

ଜୀବନର ପ୍ରମୁଖ ଆଧାର ବିଜ୍ଞାନ ହେବ ଉଚିତ୍: ମାନ୍ୟବର ମନ୍ତ୍ରୀ

ବାରିପଦା: ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, ବାରିପଦାଠାରେ ବର୍ଷ ୨୦୨୩-୨୪ର “ରାଜ୍ୟସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ” ଉଦ୍ଘାଟିତ ହୋଇ ଯାଇଛି।ଏଥିରେ ୩୦ଟି ଜିଲ୍ଲାର ୧୫୦ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଛି ।ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗୀୟ ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ମହୋଦୟ ମୁଖ୍ୟଅତିଥି ଭାବରେ ଯୋଗଦେଇ ଉଦ୍ଘାଟନ କରିଥିବା ବେଳେ ସ୍ୱତନ୍ତ୍ର ଅତିଥି ଭାବରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଆଶ୍ଵତୀ ଏସ୍ ସମ୍ମାନିତ ଅତିଥି ଭାବରେ ମୟୂରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦାଃ, ଜିଲ୍ଲାପାଳ ବିନୀତ ଭରଦ୍ଵାଜ ,ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ପ୍ରମୁଖ ଯୋଗଦାନ କରିଥିଲେ। ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡ଼ିଶାର ନିର୍ଦ୍ଦେଶକ ମନୋଜ କୁମାର ପାଢୀ ଉକ୍ତ ସଭାରେ ସଭାପତିତ୍ବ କରିଥିଲେ। ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ସମସ୍ତ ଅତିଥିଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଅତିଥି ବୃନ୍ଦ ପ୍ରଦୀପ ପ୍ରଜ୍ଜ୍ୱଳନ କରି ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ। ମହାରାଣୀ ପ୍ରେମ୍ କୁମାରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରି ଅତିଥିଙ୍କୁ ସ୍ୱାଗତ କରିଥିଲେ ।

ପ୍ରଦର୍ଶିତ ହୋଇଥିବା ବାଲ୍ ବୈଜ୍ଞାନିକ ପ୍ରକଳ୍ପଗୁଡିକ ଉଚ୍ଚକୋଟିର ପ୍ରଦର୍ଶନ କରିବା ପାଇଁ ଏବଂ ଏଠାରୁ କୃତିତ୍ୱ ଲାଭ କରିବାକୁ ଥିବା ୫ଗୋଟି ପ୍ରକଳ୍ପ ଯେପରି ଚଳିତ ଜାନୁଆରୀ ୯ରୁ ୧୨ ପର୍ଯ୍ୟନ୍ତ କଲିକତା ଠାରେ ଆୟୋଜନ ହେବାକୁ ଥିବା ପୂର୍ବାଞ୍ଚଳ ଜୋନ୍ ସ୍ତରୀୟ ପ୍ରଦର୍ଶନୀରେ କୃତକାର୍ଯ୍ୟ ଲାଭ କରି ଜାତୀୟ ସ୍ତରରେ ଓଡ଼ିଶକୁ ଗୌରବାନ୍ୱିତ କରିବେ ବୋଲି ସମସ୍ତ ଅତିଥି କୁନି ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିଥିଲେ। ରାଜ୍ୟ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀରେ ଯୋଗଦାନ କରିଥିବା ସମସ୍ତ କୁନି ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିବା ପାଇଁ ତଥା ସେମାନଙ୍କର ଜ୍ଞାନର ବିକାଶ ନିମନ୍ତେ ଏକ ବିଜ୍ଞାନ ଭିତ୍ତିକ ଜିଜ୍ଞାସା ଏବଂ କୌଶଳୀ ପେଭିଲିଅନ ପ୍ରସ୍ତୁତ କରାଯାଇ ଅଛି । ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ପାଇଁ ମୁଖ୍ୟ ଭୂମିକାରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡ଼. ପ୍ରଶାନ୍ତ କୁମାର ମହାନ୍ତି, ନିତ୍ୟାନନ୍ଦ ବାରିକ୍ , ଦିପ୍ତି ନାୟକ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନରଞ୍ଜନ ଆଚାର୍ଯ୍ୟ, ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକ୍, ସମସ୍ତ ବି ଇ ଓ , ଏ ବି ଇ ଓ, ସି ଆର୍ ସି ସି, ସମସ୍ତ ବାଲ ବୈଜ୍ଞାନିକ ପ୍ରଦର୍ଶନୀର ସମସ୍ତ ସଦସ୍ୟ, ଆୟୋଜକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ମନମୋହନ ହେମ୍ବ୍ରମ୍, ମଧୁସ୍ମିତା ଗିରି, ବାସନ୍ତୀ ଟୁଡୁ , ଅମିତାଭ ମିଶ୍ର, ସପନ ପୃଷ୍ଟି, ଶୈଳବାଳା ବେହେରା, ମୌସୁମୀ ଦିକ୍ଷିତ୍, ଭାଗ୍ୟଶ୍ରୀ ହୋତା, ମୌସୁମୀ ଦେ, ରଞ୍ଜନ କୁମାର ନନ୍ଦ, ନିପସା ପଟ୍ଟନାୟକ, କନକ ଲତା ମାଝୀ, ସଂଗ୍ରାମ କେଶରୀ ପାତ୍ର ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ l