Bal Baiganik Closing Ceremony Photo

କୁନି ବୈଜ୍ଞାନକ ମାନଙ୍କୁ ଅତିଥି ମାନେ ଦେଲେ ଗୁରୁମନ୍ତ୍ର

State

ବାରିପଦା: ମୟୂରଭଞ୍ଜ ଜିଲ୍ଲାଶିକ୍ଷାଅଧିକାରୀପୂର୍ଣ୍ଣଚନ୍ଦ୍ର ସେଠୀଙ୍କପୌରହିତ୍ୟରେରାଜ୍ୟ ସ୍ତରୀୟବାଲ୍ ବୈଜ୍ଞାନିକ ପ୍ରଦର୍ଶନୀର ଦ୍ଵିତୀୟ ଅଧିବେଶନପରିଚାଳିତ ହୋଇଥିଲା।ଉକ୍ତ ଅଧିନେଶନରେମୁଖ୍ୟଅତିଥି ଭାବେମାନ୍ୟବର ରାଜ୍ୟ ସଭା ସାଂସଦମମତା ମହାନ୍ତ ,ସ୍ଵତନ୍ତ୍ରଉନ୍ନୟନ ପରିଷଦର ଅଧ୍ୟକ୍ଷଡାଃଦେବାଶିଷ ମାର୍ଣ୍ଡି, ସମ୍ମାନିତ ଅତିଥି ଭାବେ ମାନ୍ୟବରବିଧାୟକଉଦଳା ଭାସ୍କର ମଢ଼େଇ ଓ ଅତିରିକ୍ତ ଜିଲ୍ଲାଶିକ୍ଷା ଅଧିକାରୀ ଡ.ପ୍ରଶାନ୍ତ କୁମାର ମହାନ୍ତି, ନିତ୍ୟାନନ୍ଦବାରିକ, ଦିପ୍ତି ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଅତିଥିମାନଙ୍କପରିଚୟକଣ୍ଟାପାଳ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅମିତାଭ ମିଶ୍ର ଓଧନ୍ୟବାଦଅର୍ପଣଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନରଞ୍ଜନ ଆଚାର୍ଯ୍ୟକରିଥିଲେ l

ସମସ୍ତଅତିଥିବୃନ୍ଦ ପ୍ରଦର୍ଶିତ ହୋଇଥିବା ପ୍ରକଳ୍ପଗୁଡିକ ବୁଲି ଦେଖିଥିବା ସ୍ଥଳେ କୁନି ନୈଜ୍ଞାନିକମାନଙ୍କ ଅନ୍ତର୍ନିହିତଜ୍ଞାନକୁ ଭୂୟସୀ ପ୍ରଶଂସା କରିଥିଲେ ।ସେମାନେ ତାଙ୍କ ବକ୍ତବ୍ୟରେ ମଧ୍ୟ କୁନି ବୈଜ୍ଞାନିକ ମାନଙ୍କରଭବିଷ୍ୟତର ଉତ୍ତରତ୍ତରକାମନା କରିଥିଲେ। ଉକ୍ତ ଦିବସରେ ଉପସ୍ଥିତ କୁନି ବୈଜ୍ଞାନିକମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।