New Voter List Declear By Collector

ଜିଲ୍ଲାପାଳ ପ୍ରକାଶ କଲେ ମୟୂରଭଞ୍ଜ ଜିଲ୍ଲା ପାଇଁ ନୂତନ ସଂଶୋଧିତ ଚୁଡାନ୍ତ ଭୋଟର ତାଲିକା

State

ବାରିପଦା : ଶୁକ୍ରବାର ଦିନ ମୟୁରଭଞ୍ଜ ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ କକ୍ଷ ରେ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ ନୂତନ ସଂଶୋଧିତ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି। ସମସ୍ତ ରାଜନୈତିକ ଦଳର ପ୍ରତିନିଧିଗଣ, ସମସ୍ତ ଉପଜିଲ୍ଲାପାଳ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ଏହି ତାଲିକା ପ୍ରକାଶିତ କରିଥିଲେ। ପ୍ରକାଶ ଥାଉକି, ସମଗ୍ର ଜିଲ୍ଲାର 9 ଟି ନିର୍ବାଚନ ମଣ୍ଡଳୀରୁ ସମୁଦାୟ 948244 ଜଣ ପୁରୁଷ, 964702 ଜଣ ମହିଳା ଏବଂ ଏଥି ସହିତ ସମୁଦାୟ 1913042 ଜଣ ଭୋଟର ତାଲିକା ରେ ଅନ୍ତର୍ଭୁକ୍ତ ଅଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ କହିଥିଲେ ଯେ ସମସ୍ତ ପ୍ରକ୍ରିୟାର ସମାପ୍ତି ପରେ ଏହି ତାଲିକା ପ୍ରକାଶ କରାଯାଇଛି। ସମସ୍ତ ଫଟୋ, ସୂଚନା, ସଂଶୋଧନ କରାଯାଇ ଏହାକୁ ଏହି ତାଲିକା ରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ତାଲିକାରେ ଅନ୍ତର୍ଭୁକ୍ତ କରିବା ପ୍ରକ୍ରିୟା ଚାଲୁ ରହିବ କିନ୍ତୁ ଆଉ କୌଣସି ବ୍ୟକ୍ତିଙ୍କ ନାମ କଟା ଯିବ ନାହିଁ। ଆଜି ଏହି ପ୍ରକ୍ରିୟାରେ ଜିଲ୍ଲାପାଳ ଏହି ତାଲିକାକୁ ସମସ୍ତ ରାଜନୈତିକ ଦଳ, ସମସ୍ତ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପଠା ଯାଇଛି ଏବଂ ଏହି ତାଲିକା ହିସାବରେ ସମସ୍ତ ବ୍ୟକ୍ତିମାନେ ନିଜ ନିଜ କେନ୍ଦ୍ରରେ ମତଦାନ କରିବାକୁ ଜିଲ୍ଲାପାଳ କହିଛନ୍ତି।

ପ୍ରକାଶଥାଉକି, ଏହି ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା ଗତ ନଭେମ୍ବର ମାସ ନଅ ତାରିଖ ରୁ ଆରମ୍ଭ ହୋଇଥିଲା. ଜନସାଧାରଣ ଙ୍କ ଠାରୁ ମୋଟ 88612 ସଂଗୃହିତ ହୋଇଥିବା ତଥ୍ୟ ଓ ଆବେଦନ ପତ୍ର ଆଧାର ରେ ଏହି ନୂତନ ଭୋଟର ତାଲିକା ପ୍ରକାଶିତ ହୋଇଛି। ଏହି ଚୂଡାନ୍ତ ତାଲିକା ପ୍ରକାଶନ ପରେ ସଂଶୋଧନ ପାଇଁ ଆବେଦନ ହୋଇଥିବା ମତଦାତା ଙ୍କ ନାମ ଭୋଟର ତାଲିକା ଭୁକ୍ତ ନହୋଇ ଏକ ପରିଶିଷ୍ଠ ଭାବେ ଭୋଟର ତାଲିକା ରେ ସ୍ଥାନିତ ହେବ ଏବଂ ପରବର୍ତୀ ସମୟରେ ଏହା ଭୋଟର ତାଲିକା ଅନ୍ତର୍ଭୁକ୍ତ ହେବ ବୋଲି ସ୍ପଷ୍ଟ କରିଥିଲେ. ଅନୁଷ୍ଠିତ ଉକ୍ତ ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ(ରାଜସ୍ବ ) ମୟୁରଭଞ୍ଜ , ବାରିପଦା ଉପଜିଲ୍ଲାପାଳ ଶ୍ରୀ ଈଶ୍ୱର ଚନ୍ଦ୍ର ନାୟକ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି ପ୍ରମୁଖ ଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।