Miss 21

ମିସ ଓଡ଼ିଶାଙ୍କ କମାଲ: ମିସ ଇଣ୍ଡିଆ, ଫାଇନାଲ ରାଉଣ୍ଡରେ ପ୍ରବେଶ କଲେ ଅନନ୍ୟା ପଣ୍ଡା

State

ଭୁବନେଶ୍ୱର : ଓଡ଼ିଆ ଝିଅ ମିସ୍‌ ଇଣ୍ଡିଆ । ଅନନ୍ୟା ପଣ୍ଡା ହୋଇଛନ୍ତି ଫେମିନା ମିସ ଓଡ଼ିଶା । ମୁମ୍ବାଇ ଠାରେ ହୋଇଥିବା ପ୍ରତିଯୋଗିତାରେ ଅନ୍ୟାନ୍ୟ ବିଜୟିନୀ ହୋଇ ଫେମିନା ମିସ ଇଣ୍ଡିଆ ପ୍ରତିଯୋଗିତାର ଫାଇନାଲ ରାଉଣ୍ଡ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ବାଙ୍ଗାଲୋରରେ ଏକ ସଫ୍ଟୱେର କମ୍ପାନୀରେ ଚାକିରି କରୁଥିବା ଅନନ୍ୟାଙ୍କ ଘର କଟକରେ । ତାଙ୍କ ବାପା ସିଦ୍ଧାର୍ଥ ପଣ୍ଡା ଜଣେ ଅବସର ପ୍ରାପ୍ତ ନୌସେନା କମାଣ୍ଡର ଏବଂ ମା ଅଞ୍ଜୁ ପଣ୍ଡା କଟକରେ ରୁହନ୍ତି । ମାଆଙ୍କ ପାଖରୁ ପ୍ରେରଣା ପାଇ ଅନନ୍ୟା ମଡେଲିଙ୍ଗ ଦୁନିଆରେ ଆଗକୁ ବଢ଼ୁଛନ୍ତି । ଅନନ୍ୟା DPS କଳିଙ୍ଗରେ ସ୍କୁଲ ଶିକ୍ଷା ଶେଷ କରିବା ପରେପୁନେର ଫର୍ଗୁସନ୍ କଲେଜରୁ ଅର୍ଥନୀତି ବିଜ୍ଞାନରେ ସ୍ନାତକ ହାସଲ କରିଛନ୍ତି । ଏହା ପରେ ସେ ଦିଲ୍ଲୀ ସ୍କୁଲ ଅଫ ଇକୋନୋମିକସରୁ ସ୍ନାତକୋତ୍ତର ହାସଲ କରିଛନ୍ତି।

ପୂର୍ବାଞ୍ଚଳ ରାଜ୍ୟ ପାଇଁ ଫେମିନା ମିସ୍‌ ଇଣ୍ଡିଆର ପ୍ରଥମ ଆଡିସନ୍ ଅଗଷ୍ଟ ୮ ତାରିଖରେ କୋଲକୋତାରେ ହୋଇଥିଲା । ଏଥିରେ ଅନନ୍ୟା ଶ୍ରେଷ୍ଠ ପାଞ୍ଚଜଣଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। ସେହିଭଳି ମୁମ୍ବାଇରେ ଗତ ଅଗଷ୍ଟ ୧୪ ତାରିଖରେ ହୋଇଥିବା ଦ୍ଵିତୀୟ ଆଡିସନରେ ସେ ମିସ ଇଣ୍ଡିଆ ଓଡ଼ିଶା ହୋଇଥିଲେ । ଅର୍ଥାତ୍‌ ରାଜ୍ୟ ଟପ୍ପର ହୋଇଥିଲେ ଅନନ୍ୟା । ଏବେ ଆଗକୁ ତାଙ୍କର ଲକ୍ଷ୍ୟ ରହିଛି ମିସ ଇଣ୍ଡିଆ ଟାଇଟଲ ଜିତିବା । ଏଥିପାଇଁ ସେ ଜୋରଦାର ପ୍ରସ୍ତୁତି କରୁଛନ୍ତିଏହି ଓଡ଼ିଆ ସୁନ୍ଦରୀ ।