Img 20240217 183240

ଉଭୟ ଲୋକସଭା ଓ ବିଧାନସଭା ପାଇଁ ଆମେ ପ୍ରସ୍ତୁତ ଅଛୁ: ଇସିଆଇ

State

ଭୁବନେଶ୍ୱର:ସରିଲା ସମୀକ୍ଷା। ନିର୍ବାଚନକୁ ନେଇ ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ଆଲୋକପାତ କଲେ ନିର୍ବାଚନ ଆୟୋଗ। ସାମ୍ୱାଦିକ ସମ୍ମିଳନୀ କରି ଦେଇଛନ୍ତି ସୂଚନା। ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଆମେ ପୂରା ପ୍ରସ୍ତୁତ। ସମସ୍ତ ଜିଲ୍ଲାପାଳ ଏବଂ ଏସପି ସବୁ ରାଜନୈତିକ ଦଳ ପ୍ରତି ସମାନ ମନୋଭାବ ପୋଷଣ କରିବେ ଏବଂ ନିରପେକ୍ଷ ଓ ସ୍ଵଚ୍ଛ ନିର୍ବାଚନ ଉପରେ ଗୁରୁତ୍ଵ ଦେବେ। ପେଡ୍ ନ୍ୟୁଜ୍ ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ୩ ଦିନ ଧରି ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ପରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ଭାବେ ଏହାର ସୂଚନା ଦେଇଛନ୍ତି ନିର୍ବାଚନ ଆୟୋଗ।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ନିର୍ବାଚନ ପରିଚାଳନା ପାଇଁ ପ୍ରସ୍ତୁତି ପର୍ବ ସରି ସାରିଛି। ସବୁ ଭୋଟର ଆସନ୍ତୁ ଗଣତନ୍ତ୍ର ମହାପର୍ବରେ ନିଜକୁ ସାମିଲ୍ କରାନ୍ତୁ। ଓଡ଼ିଶାରେ ମୋଟ୍ ୩ କୋଟି ୩୨ ଲକ୍ଷ ଭୋଟର ଏଥର ନିର୍ବାଚନରେ ନିଜର ମତାଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ରାଜ୍ୟରେ ମୋଟ୍ ୩୭ ହଜାର ୮୦୯ ବୁଥରେ ବ୍ୟବସ୍ଥା କରାଯାଇଛି। ୨୨ ହଜାର ୬୮୫ରେ ଓ୍ଵେବକାଷ୍ଟିଂ ହେବ। ୪ ହଜାର ବୁଥରେ କେବଳ ମହିଳା ଅଧିକାରୀ ନିୟୋଜିତ ହେବେ।

ଭୋଟ ସମୟ ଆସିଲେ ବିଶୃଙ୍ଖଳିତ ପରିବେଶ ଉପୁଜିବା ସ୍ଵାଭାବିକ କଥା। ଯାହାକୁ ଦୃଷ୍ଟିରେ ରଖି ସେ କହିଛନ୍ତି କେଉଁଠି କିଛି କିଛି ଗଡ଼ବଡ଼ ହେଲେ ଲୋକେ କମିଶନଙ୍କୁ ଜଣାଇ ପାରିବେ। ସି-ସିଭିଲ୍ ଆପ୍ ଜରିଆରେ ମଧ୍ୟ ଅଭିଯୋଗ କରି ପାରିବେ। ଯେଉଁଠୁ ଅଭିଯୋଗ ଆସିବ ୧୦୦ ମିନିଟ୍ ଭିତରେ ଆମ ଟିମ୍ ପହଞ୍ଚିବ। ନିର୍ଦ୍ଦିଷ୍ଟ ଜାଗାରେ ସଭା ପାଇଁ ଯିଏ ପ୍ରଥମେ ଆବେଦନ କରିବ ତାକୁ ଅନୁମତି ମିଳିବ। ଅପରାଧିକ ମାମଲା ଥିଲେ ୩ ଥର ବିଜ୍ଞାପନ ଦେଇ ପ୍ରାର୍ଥୀ ଜଣାଇବେ। ସବୁ ଠାରୁ ବଡ଼ କଥା ହେଉଛି ଯେ ଅଭିଯୋଗକାରୀ ନାଁ ଗୋପନ ରଖି କମିଶନଙ୍କୁ ଅଭିଯୋଗ କରି ପାରିବେ। ସେପଟେ ପ୍ରଶାସନିକ ସ୍ତରରେ ମଧ୍ୟ ପ୍ରସ୍ତୁତ ରହିବ ଆବଶ୍ୟକ। ଯାହାକୁ ନେଇ ଜିଲ୍ଲାପାଳ ଏବଂ ଏସପିମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଆୟୋଗ। ନିରପେକ୍ଷ ଓ ଶୃଙ୍ଖଳିତ ନିର୍ବାଚନ ପରିଚାଳନା ଉପରେ ଜିଲ୍ଲାପାଳ ଓ ଏସପି ଗୁରୁତ୍ଵ ଦେବେ।ସବୁ ରାଜନୈତିକ ଦଳ ପ୍ରତି ସମାନ ମନୋଭାବ ପୋଷଣ କରିବାକୁ ନିର୍ଦ୍ଦେଶ ଦେଇ ଇସିଆଇ ନିରପେକ୍ଷ, ସ୍ଵଚ୍ଛ ଏବଂ ସବୁ ରାଜନୈତିକ ଦଳର ଅଭିଯୋଗ ଶୁଣିବାକୁ ପଡ଼ିବ। ୧୫, ୧୬ ଓ ୧୭ ତାରିଖ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ ପର୍ଯ୍ୟାୟରେ ସମୀକ୍ଷା କରିଥଲେ ଭାରତୀୟ ମୁଖ୍ୟ ନିର୍ବାଚନ ଆୟୋଗ।

ରାଜୀବ କୁମାର ଆହୁରି ମଧ୍ୟ କହିଛନ୍ତି ଯେ ପେଡ୍ ନ୍ୟୁଜ୍ ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଆବଶ୍ୟକ ସ୍ଥଳେ ଯଦି କୌଣସି ଅଭିଯୋଗ ଆସେ ତେବେ ସ୍ଵତନ୍ତ୍ର କମିଟି ତଦନ୍ତ କରିବେ। କମିଟି ତଦନ୍ତ କରିବ। ଆଉ ଯଦି ଅଭିଯୋଗ ସାତ ପ୍ରମାଣିତ ହୁଏ ତେବେ ସମସ୍ତ ଖର୍ଚ୍ଚ ସେହି ପ୍ରାର୍ଥୀଙ୍କ ନାଁରେ ଯିବ।