Natak Madhyarnar Ranga

ଦର୍ଶକଙ୍କ ମଧ୍ୟରେ ସିହରଣ ସୃଷ୍ଟିକଲା ନାଟକ ମଧ୍ୟାହ୍ନର ରଙ୍ଗ

Religion and Cult State

ବାରିପଦା: ସ୍ଥାନୀୟ ସହିଦ ସ୍ମୃତି ଭବନରେ ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟର ପ୍ଲାଟିନମ ଜୁବଲୀ ପାଳନ ଅବସରରେ ଆୟୋଜିତ ୩ ଦିନିଆ ନାଟକ ମହୋତ୍ସବର ଶେଷ ସନ୍ଧ୍ୟାର ନାଟକ ମଧ୍ୟାହ୍ନର ରଙ୍ଗ ଦର୍ଶକଙ୍କୁ ବିମୋହିତ କରିଛି I ସିନେ ତାରକା ସ୍ବର୍ଗତ ବିଜୟ ମହାନ୍ତିଙ୍କ ଅପୂର୍ଵ ଲେଖନୀ ଚାଳନାରେ ରଚିତ ନାଟକ ମଧ୍ୟାହ୍ନର ରଙ୍ଗ ସାମ୍ପ୍ରତିକ ପରିସ୍ଥିତିରେ ଚରମ ଅଭାବରେ କାଳାତିପାତ କରୁଥିବା ଏକ ପରିବାରର କାହାଣୀ ଉପରେ ଆଧାରିତ I ପେଟର ଭୋକ ପାଇଁ ପରିବାରର ପ୍ରତ୍ୟେକ ଚରିତ୍ର ଯେଉଁ ଦୟନୀୟ ଅବସ୍ଥା ଦେଇ ଗତି କରିଥିଲେ ଏବଂ ନାଟକର ଚରିତ୍ର ମାନଙ୍କର ନିଖୁଣ ଅଭିନୟଦର୍ଶକଙ୍କୁ ସ୍ତବ୍ଧ କରିଦେଇଥିଲା I

ଓଡ଼ିଶାର ପ୍ରତିଷ୍ଠିତ ଅଭିନେତା ଓ ନିର୍ଦ୍ଦେଶକ ଧୀର ବସାଙ୍କ ବଳିଷ୍ଠ ନିର୍ଦ୍ଦେଶନା ତଥା ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ ମହାନ୍ତିଙ୍କ ସଠିକ ଦିଗଦର୍ଶନରେ ଅଭିନେତା ଅସିତ ଗିରି, ସୋମନାଥ ସିଂହ, ଜ୍ଞାନରଞ୍ଜନ ପଣ୍ଡା, ଜ୍ୟୋତି ଶଙ୍କର ପଣ୍ଡା, ପବିତ୍ର କିରଣ ପାଢ଼ୀ, ଶର୍ମିଷ୍ଠା ପଣ୍ଡା, ଅନ୍ବେଷିତା ତ୍ରିପାଠୀ ଓ ଦୀପଶିକ୍ଷା ବିନ୍ଧାଣି ଙ୍କ ଜୀବନ୍ତ ଅଭିନୟ ଦର୍ଶକଙ୍କୁ ନାଟକ ସରିବା ପରେ ମଧ୍ୟ ପ୍ରେକ୍ଷାଳୟ ମଧ୍ୟରେ ବାନ୍ଧି ରଖିଥିଲା I ଶାନ୍ତନୁ ସିଂହ ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ବାଦ୍ୟ ଯନ୍ତ୍ରରେ କାଳୁ, ବାପି, ବରୋଦା ଓ ଫକୀର, ମଞ୍ଚ ପରିକଳ୍ପନା ରେ ନରସିଂହ ବାରିକ, ଆଲୋକ ଓ ଶବ୍ଦ ରେ ଲାଇଟ ଏଣ୍ଡ ସାଉଣ୍ଡ, ନାଲୁ ବାବୁ , ଆଲୋକ ସମ୍ପାତ ଧୀର ବସା ଓ କାଳୁ, ଶବ୍ଦରେ ଗଣେଶ, ମିଟୁ ଓ ଭରତ, ରୂପସଜ୍ଜାରେ ଇପ୍ସିତା, ମଞ୍ଚ ପରିଚାଳନାରେ ସତ୍ୟବାନ ସେଠୀ ଓ ଆଲୋକ ବାରିକ, ସ୍ୱର (ପ୍ରଚ୍ଛଦପାଟ ) ରାଜେଶ ଦାଶ ସହାୟତା ପ୍ରଦାନ କରିଥିଲେ I