Img 20240621 Wa0312

ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀରେ ଯୋଗ ଦିବସ ପାଳନ

State

ବାରିପଦା: ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ବାରିପଦା ଆଇନ ମହାବିଦ୍ୟାଳୟ ପଡ଼ିଆରେ ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀ ପକ୍ଷରୁ ଯୋଗ ଦିବସ ପାଳନ ହୋଇ ଯାଇଅଛି । ଯୋଗ ଦିବସରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉମାଶଙ୍କର ମହାରଣା ଯୋଗ ଦେଇ ଯୋଗର ଉପକାରିତା ସଂପର୍କରେ ପ୍ରେରଣା ଦେଇଥିଲେ ଓ ଏକାଡେମୀର କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଦିବ୍ୟରଞ୍ଜନ ଦାସ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅତିଥିଙ୍କ ଗହଣରେ ଅନୁଷ୍ଠାନର ପିଲା ମାନଙ୍କ ସହିତ ତକତପୁର ଅଞ୍ଚଳର ବରିଷ୍ଠ ନାଗରିକ ମାନଙ୍କ ସମେତ ପ୍ରାୟ ୭୦ ଜଣ ଯୋଗଦେଇ କାର୍ଯ୍ୟକ୍ରମରେ ଉତ୍ସାହ ଭରିଦେଇଥିଲେ । ଆଜିର କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମସ୍ତ ସଦସ୍ୟଙ୍କ ଦ୍ଵାରା ପରଚାଳିତ ହୋଇଥିଲା ।