Img 20240621 Wa0310

ସମ୍ଭାବନା ସାଂସ୍କୃତିକ ପରିଷଦର ଅଗଷ୍ଟ ପ୍ରସ୍ତୁତି “ସମ୍ପର୍କ”

Religion and Cult

ବାରିପଦା : ସ୍ଥାନୀୟ ଜୁବୁଲି ଲାଇବ୍ରେରୀ ପରିସରରେ ୨୦ ତାରିଖ ସନ୍ଧ୍ୟାରେ ବାରିପଦାର ସମ୍ଭାବନା ସାଂସ୍କୃତିକ ପରିଷଦ ଦ୍ଵାରା ଆସନ୍ତା ଅଗଷ୍ଟ ମାସ ପାଇଁ ନାଟକ “ସମ୍ପର୍କ”ର ପୁସ୍ତକ ପୂଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଅର୍ଥର ବିନିମୟରେ ସୁନା ବା ହୀରା ଖଚିତ ପଲଙ୍କ କିଣା ଯାଇ ପାରେ, ହେଲେ ସୁଖ ଶାନ୍ତି ନିଦ୍ରା ନୁହଁ, ସେମିତି ଅର୍ଥ ଖଟାଇ ଦୁନିଆ ଯାକର ସ୍ଵାଦିଷ୍ଟ ଖାଦ୍ୟ କିଣା ଯାଇ ପାରେ, ହେଲେ କ୍ଷୁଧା ନୁହଁ । ସମ୍ପର୍କର ସଜ୍ଞା ଯିଏ ଯୋଉ ପ୍ରକାର ଦେଲେବି ଆସକ୍ତି ଅପେକ୍ଷା ତ୍ୟାଗରେ ସମ୍ପର୍କ ମଜବୁତ ହୁଏ । ସମ୍ପର୍କର ପ୍ରଭାବରେ ମଣିଷ ଭିତରେ କେମିତି ସକରାତ୍ମକ କିମ୍ବା ନକରାତ୍ମକ ପ୍ରଭାବ ପଡିଥାଏ, ସମ୍ପର୍କ କେମିତି ଜୀବନରେ ସୁଖ-ଦୁଃଖ ଅଜାଡିଦିଏ – ଏଇ କଥାବସ୍ତୁ ଆଧାରିତ ବରିଷ୍ଠ ନାଟ୍ୟକାର କ୍ଷୀରୋଦ ବିହାରୀ ସିଟଙ୍କ ରଚିତ ନାଟକ “ସମ୍ପର୍କ”କୁ ସମ୍ଭାବନା ସାଂସ୍କୃତିକ ପରିଷଦର କଳାକାର ମାନଙ୍କ ଦ୍ଵାରା ଅଧ୍ୟାପକ ରାଜେସ ଦାଶଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ କରାଯାଉଛି । କୁମାରମଣି ନାୟକ, ଚିନ୍ମୟୀ କୁମାର ଦାସପଟ୍ଟନାୟକ, ପରେଶ ଚନ୍ଦ୍ର ସାହୁ , କ୍ଷୀରୋଦ ବିହାରୀ ସିଟ ପ୍ରମୁଖ ସୁନାମଧନ୍ୟ ଲେଖକ ଅଭିନେତା ତଥା ନିର୍ଦ୍ଦେଶକ, ନାଟ୍ଯପ୍ରେମୀ ତଥା ଅଭିନେତା ପ୍ରକାଶ ଦାଶ, ସୁଧୀର ମହାନ୍ତି, ସୋମନାଥ ସିଂହ, ଅନିଲ କୁମାର ପାଣି , ଅଶୋକ କୁମାର ପଟ୍ଟନାୟକ, ରଣଜିତ ସାହୁ, ଶମ୍ଭୁନାଥ ଦାସ, ଗୁହୀରାମ ଜେନା, ସୁଶ୍ରୀ ଶର୍ମିଷ୍ଠା ପଣ୍ଡା, ଦର୍ଶନା ଭଂଜଦେଓ, ଊର୍ଜା, ଦିଶା, ତଥା ଜୁବୁଲି ଲାଇବ୍ରେରୀର ପଦାଧିକାରୀଙ୍କ ଉପସ୍ଥିତିରେ ସମ୍ଭାବନା ସାଂସ୍କୃତିକ ପରିଷଦର ସଭାପତି ଜ୍ଞାନ ରଞ୍ଜନ ପଣ୍ଡାଙ୍କ ମନ୍ତ୍ରୋଚ୍ଚାରଣ ରେ ପୁସ୍ତକ ପୂଜା ହୋଇଥିଲା । ନାଟକ ସମ୍ପର୍କରେ ନାଟ୍ୟକାର କ୍ଷୀରୋଦ ବିହାରୀ ସିଟ ଏବଂ ନିର୍ଦ୍ଦେଶକ ରାଜେସ ଦାଶ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଉପସ୍ଥିତ ଲେଖକ ତଥା ନିର୍ଦ୍ଦେଶକ ମାନେ ନାଟକର ସଫଳତା କାମନା କରିଥିଲେ ।