Photo

ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ, ଅଭିଯୁକ୍ତକୁ ଗିରଫ କଲା ପୁଲିସ

Crime State

ଆଗରପଡ଼ା :ଭଦ୍ରକ ଗ୍ରାମାଚଂଳ ଥାନା ଅନ୍ତର୍ଗତ ଗଣିଜାଙ୍ଗ ପଂଚାୟତ ବଣିଆଗୁଡ଼ି ଜଙ୍ଗଲରୁ ମାଆଝିଅଙ୍କ ସହିତ ଅନ୍ୟ ଜଣେ ମହିଳାଙ୍କ କ୍ଷତାକ୍ତ ମୃତ ହେଦ ମିଳିବା ପରେ ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଥିବାର ଦିନକ ପରେ ଶୁକ୍ରବାର ସକାଳୁ ଆଉ ଜଣେ ମହିଳାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଛି ବୋଲି ସୂଚନା ମିଳିଛି । ମହିଳାଙ୍କ ସ୍ୱାମୀ ହତ୍ୟା କରିଥିବାର ଅଭିଯୋଗ ହୋଇଛି । ଆଗରପଡ଼ା ସରକାରୀ ବାଳିକା ହାଇସ୍କୁଲ ପ୍ରାଚୀର ପଛପାଶ୍ୱର୍ରେ ଶୁକ୍ରବାର ସକାଳେ ଜନୈକ ମହିଳାଙ୍କ ମୃତ ଦେହ ପଡ଼ିଥିବାର ଦେଖିବାକୂ ମିଳିଥିଲା । ସୂଚନା ମୁତାବକ ସୋସୋ ଥାନା,ବିଦ୍ୟାଧରପୁର ଆମ୍ବନାଳିଆ ଗ୍ରାମର କୁନି ପୂର୍ତ୍ତୀ(୪୪)ଗତ କିଛି ବର୍ଷ ତଳେ ବରପଦାର ଲମ୍ବୋଧର ପୂର୍ତ୍ତୀଙ୍କୁ ବିବାହ କରିଥିଲେ । କୌଣସି କାରଣରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନୀ ହେବାରୁ କୁନି ତାଙ୍କ ୨ ପୁଅଙ୍କ ସହ ଆଗରପଡ଼ାରେ ଘରଭଡ଼ା ନେଇ ରହୁଥିଲେ । ଲମ୍ବୋଧର ମଧ୍ୟ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରି ଅନ୍ୟତ୍ର ରହୁଥିଲେ । ଗୁରୁବାର ଲମ୍ବୋଧର କୁନି ରହୁଥିବା ଭଡ଼ା ଘରକୁ ଆସି ଘରେ ରହିବା ସହ କୁନିକୁ ଶୌଚ ବାହାନାରେ ପାଖ ଖୋଲା ପଡ଼ିଆକୁ ଡ଼ାକିଥିଲା ଓ ସେମାନେ ଉଭୟ ଶୌଚ ପାଇଁ ଖୋଲା ପଡ଼ିଆକୁ ଯାଉôତବାର ଲୋକେ ମଧ୍ୟ ଦେଖିଥବାର ଜଣାପଡ଼ିଛି । କୌଣସି କାରଣବଶତଃ ଲମ୍ବୋଧର ରାଗି ଯାଇ କୁନିଙ୍କ ତଣ୍ଟି ଚିପି ହତ୍ୟା କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ମୃତ ହେଦ ନିକଟରେ ଶୌଚ ପାଇଁ ବ୍ୟବହୃତ ନୋଟା ଓ ପିନ୍ଧିଥିବା ଚପଲ ପଡ଼ିଛି । ମୃତ ମହିଳାଙ୍କ ଶରୀରରେ ରକ୍ତସ୍ରାବ ହେବାର ଚିଦ୍ନ ଦେଖିବାକୁ ମିଳିନଥିଲା । ଘଟଣା ପରଠାରୁ ଲମ୍ବୋଧର ଫେରାର ଥିଲା । କୁନିର ପିତାଙ୍କ ଅଭିଯୋଗ ପରେ ଆଗରପଡ଼ା ପୁଲିସ ଥାନା କେସ ନଂ ୧୩୯/୨୦୨୪ରେ ଏକ ମାମଲା ରୁଜ୍ଜୁକରି ତଦନ୍ତ କରିବା ସହ ଫୋନ ଟ୍ରାକିଙ୍ଗରୁ ଅଭିଯୁକ୍ତ ଲମ୍ବୋଧର ଗ୍ରାମାଚଂଳ ଥାନା ଅନ୍ତର୍ଗତ କେନ୍ଦୁଆପଦା ଫାଣ୍ଡି ନିକଟସ୍ଥ ଅଳଉତି ଗ୍ରାମରେ ଥିବାର ଜାଣିବାକୁ ପାଇଥିଲା ଓ ପରେ ତାକୁ ସେଠାରୁ ଗିରଫ କରିଥିଲା । ବର୍ତ୍ଥମାନ ଅଭିଯୁକ୍ତ ଲମ୍ବୋଧର ଆଗରପଡ଼ା ପୁଲିସ ହିପାଜତରେ ଥିବା ବେଳେ ଶବକୁ ବ୍ୟବଚ୍ଛେଦ ପାଇଁ ପୋଲିସ ପଠାଇଛି ଓ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିବା ସହ ତଦନ୍ତ ଜାରୀ ରଖିଛି ।