Onn 3

ମେଣ୍ଟ ଚର୍ଚ୍ଚା ହୋଇନି, ସବୁ ଆସନ ପାଇଁ ପ୍ରସ୍ତୁତି କରୁଛୁ: ଲତା ଉସେଣ୍ଡି

Politics State

ଭୁବନେଶ୍ୱର: କୌଣସି ମେଣ୍ଟ ଚର୍ଚ୍ଚା ହୋଇନି । ସବୁ ଆସନ ପାଇଁ ଆମେ ପ୍ରସ୍ତୁତି  କରୁଛୁ ବୋଲି  ଆଜି ଏପରି କହିଛନ୍ତି ବିଜେପି ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି ।

ସେ ଆହୁରି କହିଛନ୍ତି,‘‘ ଦିଲ୍ଲୀରେ ହୋଇଥିବା ବୈଠକରେ  ପ୍ରତିଟି ଆସନ ପାଇଁ  ଆଲୋଚନା ହୋଇଛି । ବିଧାନସଭା ହେଉ କିମ୍ୱା  ଲୋକସଭା  ସବୁ ଆସନ ପାଇଁ ଆମେ ପ୍ରସ୍ତୁତି କରୁଛୁ ।’’

ମେଣ୍ଟ  ଚର୍ଚ୍ଚାକୁ ନେଇ ସାମ୍ୱାଦିକଙ୍କ ପ୍ରଶ୍ନରେ ଲତା ଉସେଣ୍ଡି  କହିଛନ୍ତି,‘‘ ରାଜ୍ୟରେ ବିଜେଡି ଓ ବିଜେପି ମେଣ୍ଟକୁ ନେଇ  ଆପଣମାନେ ଚର୍ଚ୍ଚା କରୁଛନ୍ତି, ଆମେ ନୁହେଁ ।’’

ସୂଚନାଯୋଗ୍ୟ,  ମେଣ୍ଟ ନେଇ କୌଣସି ଚର୍ଚ୍ଚା ହୋଇନି ବୋଲି  ଗତକାଲି ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର କହିଥିଲେ ।ସେ ଆହୁରି କହିଥିଲେ,‘‘ ଆମେ ରାଜ୍ୟର ସବୁ ସିଟରେ ଲଢ଼ିବାକୁ  ପ୍ରସ୍ତୁତି ଜାରି ରଖିଛୁ । ବିଧାନସଭାରେ ୮୦ରୁ ଅଧିକ ସିଟ୍ ପାଇ ସରକାର ଗଢ଼ିବୁ । ଲୋକସଭାରେ ୧୬ରୁ ଅଧିକ ସିଟରେ ବିଜୟୀ ହେବୁ ।’’

ବିଜେଡି ସହିତ ମେଣ୍ଟ କରିବା ନେଇ  ଦିଲ୍ଲୀରେ କୌଣସି ଆଲୋଚନା ହୋଇ ନାହିଁ ବୋଲି  ପୂର୍ବରୁ  ରାଜ୍ୟସଭାପତି ମନମୋହନ ସାମଲ କହିଥିଲେ । ରାଜ୍ୟରେ ବିଜେପି ଏକାକୀ ଲଢ଼ିବ ବୋଲି କହିଥିଲେ ।

ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପି ମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି ।