Onn 3

କାର୍ତ୍ତିକେଶ୍ୱର ପୂଜା ମଣ୍ଡପ ପରିଦର୍ଶନ କଲେ ଗାନ୍ଧି ସ୍ମାରକ ନିଧିର ରାଜ୍ୟ ସମ୍ପାଦକ ଜୟନ୍ତ ଦାସ

State

ନିଶ୍ଚିନ୍ତକୋଇଲି: ସ୍ୱାଭିମାନ ମାହାଙ୍ଗାର ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ଅତିରିକ୍ତ ଶାସନ ସଚିବ,ଗାନ୍ଧି ସ୍ମାରକ ନିଧିର ରାଜ୍ୟ ସମ୍ପାଦକ ସମାଜସେବୀ ଜୟନ୍ତ ଦାସ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର ବିଭିନ୍ନ କାର୍ତ୍ତିକେଶ୍ୱର ପୂଜା ମଣ୍ଡପ ପରିଦର୍ଶନ କରିଛନ୍ତି । ଏହି ଅବସରରେ ଶ୍ରୀ ଦାସଙ୍କୁ ପୂଜାକମିଟି ପକ୍ଷରୁ ସ୍ୱାଗତ ଶୁଭେଚ୍ଛା ଓ ସମ୍ବର୍ଦ୍ଧିତ କରାଯାଇଛି । ବଡ଼କ୍ଷୀର ପଞ୍ଚାୟତ ଗୋପପୁର ପଣସପଡ଼ିଆ କାର୍ତ୍ତିଶ୍ୱେର ପୂଜା କମିଟି ପକ୍ଷରୁ ସଂଗ୍ରାମ କେଶରୀ ମଲିକ,ବିକାଶ ମଲିକ, ମନୋଜ ମଲିକ,ପ୍ରକାଶ ବେହେରା,ବିନୋଦ ରାଉତ,ମିଟୁ ରାଉତ, ସୁନାକର ମଲିକ, କାହ୍ନା ମଲିକ,ସୂର୍ଯ୍ୟକାନ୍ତ ମଲିକ ପ୍ରମୁଖ ଶ୍ରୀ ଦାସଙ୍କ ସହିତ ବିଭିନ୍ନ ସମସ୍ୟା ସଂକ୍ରାନ୍ତରେ ଆଲୋଚନା କରିଥିଲେ । ଏହାପରେ ଯୁବ ସମାଜସେବୀ ପ୍ରବୋଧ ରାଉତଙ୍କ ନେତୃତ୍ୱରେ ଶ୍ରୀ ଦାସ କୋଲଣପୁର ପଞ୍ଚାୟତର ବିିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରିଛନ୍ତି ।

କୋଲଣପୁର ଗ୍ରାମର ଦାରୁବ୍ରହ୍ମ କ୍ଲବର କାର୍ତ୍ତିକେଶ୍ୱର ପୂଜା କମିଟି ପକ୍ଷରୁ ରମେଶ ଚନ୍ଦ୍ର ମଲିକ, ବିକାଶ ମଲିକ, ଲକ୍ଷ୍ମୀଧର ମଲିକ, ସିଲୁ ମଲିକ, ଅଶୋକ କୁମାର ମଲିକ, ନାରାୟଣ ମଲିକ ଏବଂ ଜେନା ସାହି ଥାନେଶ୍ୱରୀ ଗ୍ରାମ ଦେବତୀ ମନ୍ଦିର ପ୍ରାଙ୍ଗଣରେ ଚାଲିଥିବା କାର୍ତ୍ତିକେଶ୍ୱର ପୂଜା କମିଟି ପକ୍ଷରୁ ଶିବପ୍ରସାଦ ସାହୁ, ମହେନ୍ଦ୍ର ଜେନା, ରାଜେନ୍ଦ୍ର ଜେନା ଏବଂ ତୋଟାସାହି କାର୍ତ୍ତିକେଶ୍ୱର ପୂଜା କମିଟି ପକ୍ଷରୁ ସସ୍ମିତା ସାମଲ, ମାତାଜୀ ଭୋଇ, ଗୀତାଞ୍ଜଳୀ ସାମଲ, ରୀନା ସାମଲ, ନାରାୟଣ ସାମଲ , ଗୋବନ୍ଦ କାଣ୍ଡି ଓ ପର୍ଶୁରାମ ସାମଲ, ସେହିପରି ତେଲପୋଖରୀ କାତ୍ତିକେଶ୍ୱର ପୂଜା କମିଟି ପକ୍ଷରୁ ଫକୀର ମଲିକ,ଦେବେନ୍ଦ୍ର ମଲିକ, ଶରତ ମଲିକ, ତପନ ମଲିକ ପ୍ରମୁଖ ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଶ୍ରୀ ଦାସଙ୍କ ସହିତ ଆଲୋଚନା କରିଥିଲେ । ପୂଜା କମିଟି ସଭ୍ୟ ସଭ୍ୟାମାନଙ୍କ ସହିତ ଶ୍ରୀ ଦାସ ବିଭିନ୍ନ ଆଲୋଚନା କରିବା ପରେ ମାହାଙ୍ଗା ବିଧାନସଭା କ୍ଷେତ୍ରରେ ଲୋକମାନଙ୍କର ସମସ୍ୟା ଦୂର କରିବାକୁ ହେଲେ ଏକ ଶୃଙ୍ଖଳିତ ଓ ଚେତନାଶୀଳ ମାହାଙ୍ଗା ଗଠନ କରିବାର ଆବଶ୍ୟକତା ରହିଛି ବୋଲି ଆହ୍ୱାନ ଦେଇଥିଲେ ।