Onn 3

ଅସୁରେଶ୍ୱର ଫୁଟବଲ ଟୁର୍ଣ୍ଣାମେଣ୍ଟ ; ଫାଇନାଲରେ ୟଙ୍ଗ ଉତ୍କଳ ଓ ପ୍ରତାପ କ୍ଲବ

sports

ନିଶ୍ଚିନ୍ତକୋଇଲି: ଅସୁରେଶ୍ୱର ଆଥଲେଟିକ୍ ଆନୁକୂଲ୍ୟରେ ଚାଲିଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟର ୨ଟି ଯାକ ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଛି । ଏହି ଦୁଇଟି ମ୍ୟାଚ ମଧ୍ୟରୁ ପ୍ରଥମ ସେମିଫାଇନାଲରେ କେନ୍ଦ୍ରାପଡ଼ାର ସୁରଜ ସ୍ପୋଟିଂ କ୍ଲବକୁ ୫-୪ ଗୋଲରେ ପରାସ୍ତ କରି କଟକ ପ୍ରତାପ କ୍ଲବ ଫାଇନାଲ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଛି । ସେହିପରି ଦ୍ୱିତୀୟ ସେମିଫାଇନାଲରେ ଯାଜପୁରର ଡ଼ିଫା କ୍ଲବକୁ ୩-୨ ଗୋଲରେ ପରାସ୍ତ କରି କଟକର ୟଙ୍ଗ ଉତ୍କଳ କ୍ଲବ ମଧ୍ୟ ଫାଇନାଲ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଛି । ଏହି ମ୍ୟାଚରେ ମହମ୍ମଦ ଜହୁର, ସେକ୍ ହଇଦ ଓ ଟୁକୁନା ଭୋଇ ଖେଳ ପରିଚାଳନା କରିଥିବା ବେଳେ ସଂଜୟ କୁମାର ସାହୁ ଧାରା ବିବରଣୀ ପ୍ରଚାର କରିଥିଲେ ।

ଏଥର ଫାଇନାଲ ମ୍ୟାଚଟି ପ୍ରତାପ ନଗରୀର ପ୍ରତାପ କ୍ଲବ ଏବଂ କଟକର ୟଙ୍ଗ ଉତ୍କଳ କ୍ଲବ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି । ସେମିଫାଇନାଲର ଉଦଘାଟନୀ ମ୍ୟାଚରେ ଆସୋସିସନର ସମ୍ପାଦକ ବିଜୟ କୁମାର ବଳଙ୍କ ପୌରହିତ୍ୟରେ ଏଥିରେ ମୁଖ୍ୟଅତିଥି ଭାବେ ସାହା ନର୍ସିଂ ହୋମର ମାଲିକ ମହେନ୍ଦ୍ର ସାହା, ସମ୍ମାନୀତ ଅତିଥି ଭାବେ ସଭାପତି ଅନ୍ତକିଶୋର ଦାସ ପ୍ରମୁଖ ଯୋଗ ଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ ।