Onn 3

ଜାତୀୟ ଖେଳକୁଦରେ ବ୍ରୋଞ୍ଜ ବିଜେତା ଜିଲ୍ଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ

sports State

ବାରିପଦା: ଗୋଆର ପାଞ୍ଜିମଠାରେ ଅନୁଷ୍ଠିତ ଜାତୀୟ ଖେଳକୁଦ ପ୍ରତିଯୋଗିତାରେ ବେତନଟୀର ଯୁବ ଖେଳାଳୀ ବିରାମ ଟୁଡୁ ୟୁଶୁ, ଟାଉଲୁ ଓ ନାରକୁଆନ ଖେଳରେ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ମେଡାଲ ହାସଲ କରି ଜିଲ୍ଲା ପାଇଁ ସୁନାମ ଆଣିଛନ୍ତି I ତାଙ୍କର ଏହି କୃତିତ୍ୱ ପାଇଁ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି I ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡା ଅଧିକାରୀ ଅବନୀ ମୋହନ ମହାନ୍ତି ଓ କୋଚ ତଥା ଜିଲ୍ଲା ସମ୍ପାଦକ, ୟୁଶୁ ପ୍ରମୁଖ ଉପସ୍ଥିତ ଥିଲେ I

ପ୍ରକାଶ ଥାଉକି ବିରାମ ବର୍ତ୍ତମାନ ବେତନଟୀ ଡିଗ୍ରୀ କଲେଜର +୩ ତୃତୀୟ ବର୍ଷ କଳାର ଛାତ୍ର I କ୍ରିକେଟ, ଫୁଟବଲ ଏବଂ ଅନ୍ୟ ଖେଳକୁଦରେ ଯୁବ ଖେଳାଳି ମାନେ ବ୍ୟସ୍ତ ଥିବାବେଳେ ବିରାମ ଏଭଳି ଖେଳରେ କୃତିତ୍ୱ ହାସଲ କରିଥିବାରୁ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଓ ଅନ୍ୟାନ୍ୟ ସଦସ୍ୟ ତଥା କ୍ରୀଡ଼ାପ୍ରେମୀ ଅଭିନନ୍ଦନ ଜଣାଇଛନ୍ତି I