Onn 3

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗ ଦ୍ୱାରା କୃଷି ସଂପ୍ରସାରଣ କାର୍ଯ୍ୟକ୍ରମ

State

ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପ୍ରାଣୀ ବିଜ୍ଞାନ ବିଭାଗ ଦ୍ୱାରା କୃଷି ସଂପ୍ରସାରଣ ନିମିତ୍ତ ଏକ ପରିବେଶ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡିପ୍ଲୋମା ଇନ ଏଗ୍ରିକଲ୍‌ଚର ଏକ୍ସଟେନ୍‌ସନ୍‌ ସର୍ଭିସ୍‌ ଫର ଇନ୍‌ପୁଟ ଡିଲର ଭାବରେ କାର୍ଯ୍ୟ କରୁଥିବା ମୟୂରଭଞ୍ଜ ଜିଲ୍ଲାରୁ ଚାଳିଶ ଜଣ ଡିଲର ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଭାରତ ସରକାରଙ୍କ କୃଷି ସଂପ୍ରସାରଣ ଯୋଜନା ‘ଦେଶୀ’ ଅଧିନରେ ହାଇଦ୍ରାବାଦସ୍ଥିତ ମ୍ୟାନେଜ ସଂସ୍ଥା ଏହାକୁ ପରିଚାଳିତ କରୁଛି । କରଞ୍ଜିଆ ଗୋଷ୍ଠୀ କୃଷି ଅଧିକାରୀ ତଥା ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଅଭିମନ୍ୟୁ ଅଣ୍ଡିଆଙ୍କ ପ୍ରଚେଷ୍ଟାରେ ବିଶ୍ୱବିଦ୍ୟାଳୟରେ ଏହା କରାଯାଇଛି ।

ବିଶେଷ ଭାବରେ ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗ ସହକାରୀ ପ୍ରଫେସର ଡ. ଗାର୍ଗୀ ମହାନ୍ତିଙ୍କ ଦ୍ୱାରା ମାଛ ଅନ୍ତରୁ ପ୍ରସ୍ତୁତ ଜୈବିକ ସାର ଏହି ଡିଲରମାନଙ୍କୁ ବିନାମୂଲ୍ୟରେ ପ୍ରଦାନ କରାଯାଇଥିଲା । ବିଭାଗୀୟ ପ୍ରଫେସର ଡ. ହେମନ୍ତ କୁମାର ସାହୁ ଏହି ଜୈବିକ ସାରର ଉପକାରିତା ଓ କାର୍ଯ୍ୟକାରିତା ତଥା ବ୍ୟବହାର ସମ୍ବନ୍ଧରେ ବିଶେଷ ଆଲୋଚନା କରିଥିଲେ । ବିଭାଗୀୟ ମୁଖ୍ୟ ସହଯୋଗୀ ପ୍ରଫେସର ଡ. ପୁଷ୍ପାଞ୍ଜଳି ପରିଡ଼ା, ସହକାରୀ ପ୍ରଫେସର ଡ. ପ୍ରିୟରଞ୍ଜନ ଦେବତା, ଡ. କୁକୁ ମହାପାତ୍ର ଓ ବିଭାଗର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ ।