Onn 3

ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ବାରିପଦା ତରଫରୁ ଚାଷୀ ଙ୍କୁ ବିହନ ବଣ୍ଟନ

State

ବାରିପଦା: ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ କାର୍ଯ୍ୟକ୍ରମ ସହାୟତାରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ବାରିପଦା ତରଫରୁ ବାରିପଦା ପଞ୍ଚୟତ ସମିତି ଅନ୍ତର୍ଗତ ହାତିକୋଟ ଗ୍ରାମ ପଞ୍ଚୟାୟତ ର କାଞ୍ଚନପାଳ , ଜାମଦାପାଳ ଓ ବାଲିପାଳ ଗ୍ରାମର ଆଦିବାସୀ ହିତାଧିକାରୀ ମାନଙ୍କ ପାଇଁ ରବି ରୁତୁରେ ଚାଷ କରିବା ନମନ୍ତେ ବିଭିନ୍ନ ପ୍ରକାର କୃଷି ଭିତିକ ସହାୟତା ପାଇଁ ଏକ ବିହନ ବଣ୍ଟ ଶିବି ର ଅନୁଷ୍ଠିତ ହୋଇଯାଇଅଛି । ବିଧାୟକ ବାରିପଦା ପ୍ରକାଶ ସୋରାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବଣ୍ଟନ ଶିବିର କାର୍ଯ୍ୟକ୍ରମରେ ପିତାଲୀ ସୋରାନ ,ସରପଞ୍ଚ ହାତୀକୋଟ ଗ୍ରାମ ପଞ୍ଚାୟତ , ପୁରୁଷୋତ୍ତମ ସିଂ , ସମିତି ସଭ୍ୟ ହାତୀକୋଟ ଗ୍ରାମ ପଞ୍ଚାୟତ, ମାନସୀ ସାହୁ , ସହକାରୀ ଉଦ୍ୟାନବିତ , ବାରିପଦା , ଜାମଦାପାଳ ଓ କାଞ୍ଚନପାଳ ଗ୍ରାମର ଓାର୍ଡ ସଭ୍ୟ ଙ୍କ ଉପସ୍ଥିତିରେ ଚାଷୀ ମାନଙ୍କୁ ଉନ୍ନତ ମାନର ପନିପରିବା ମଞି ଯଥା- କଲରା , ବାଇଗଣ ଓ କାକୁଡି ମଞି ଇତ୍ୟାଦି ବଣ୍ଟନ କରାଯାଇଥିଲା ଏହା ସହିତ ଉନ୍ନତମାନର ମୁଗ ଓ ସୋରିଷ ମଞି ମଧ୍ୟ ବଣ୍ଟନ କରାଯାଇଥିଲା ।

ଉକ୍ତ ଚାଷ ପାଇଁ ଆବଶ୍ୟକୀୟ ଜୈବିକ ସାର ୫୦ କେଜି ହିସାବରେ ଓ ଜୈବିକ କିଟନାସକ େଓ÷ାଷଧ ଯଥା- ନିମ ପିଡିଆ ଓ ନିମ ତେଲ ବଣ୍ଟନ କରାଯାଇଥିଲା । ଉକ୍ତ ବଣ୍ଟ କାର୍ଯ୍ୟକ୍ରମରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ବାରିପଦା ଙ୍କ ତରଫରୁ ପ୍ରକଳ୍ପ ପରିଚାଳକ , କୃଷି ବିଶେଷଜ୍ଞ , ସାମାଜିକ ବିଶେଷଜ୍ଞ ଓ ଜୀବିକା ବିଶେଷଜ୍ଞ ପ୍ରମୁଖ ଯୋଗଦେଇ ବଣ୍ଟନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ମୋଟ ଉପରେ ୮୦ ଜଣ ଆଦିବାସୀ ହିତାଧିକାରୀ ଙ୍କୁ ବଣ୍ଟନ କାର୍ଯ୍ୟକ୍ରମରେ ସହାୟତା ପ୍ରଦାନ କରାଯାଇଥିଲା ।