Onn 3

ତିରିଂରେରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ; ୧୦ ଟି ପଞ୍ଚାୟତକୁ ୫ କୋଟି ମଂଞ୍ଜୁର ଏବଂ ନୂତନ ସରକାରୀ ଡିଗ୍ରୀ କଲେଜ ଅନୁମୋଦନ

State

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ତିରିଂ ବ୍ଳକର ବ୍ଳକ ସ୍ତରୀୟ ‘ ଆମ ଓଡ଼ିଶା,ନବୀନ ଓଡିଶା’ ମହା ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତିରିଂ ବ୍ଲକର ୧୦ଟି ପଂଚାୟତ ତଥାପ୍ରତି ପଂଚାୟତ ୫0ଲକ୍ଷ କରି ମୋଟ ୫କୋଟି ଟଙ୍କା ଏବଂ ଆସନ୍ତା ୨୦୨୪ ଶିକ୍ଷା ବର୍ଷ ପାଇଁ ନୂତନ ସରକାରୀ ଡିଗ୍ରୀ କଲେଜକୁ ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ ଏବଂ 5T ଅଧକ୍ଷ ଶ୍ରୀ ଭି କେ ପାଣ୍ଡିଆନ ମହୋଦୟ ଆଭାଷୀ ମାଧ୍ୟମରେ ଘୋଷଣା କରିଛନ୍ତି ।. ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଦୂରଦର୍ଶୀ ଓ ଐତିହାସିକ ଯୋଜନା ଆମ ଓଡିଶା ନବୀନ ଓଡିଶା ମାଧ୍ୟମରେ ପ୍ରତି ପଂଚାୟତ ର ଗାଁ ଗାଁ ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାର. ଐତିହ୍ୟ ସ୍ଥଳୀର ସଂରକ୍ଷଣ. କ୍ରୀଡାର ବିକାଶ. ବ୍ୟାଙ୍କିଙ୍ଗ ସେବା. ଶିକ୍ଷା ର ବିକାଶ ତଥା ସ୍ବୟଂ ସହାୟିକା ମହିଳା ଙ୍କ ସଶକ୍ତିକରଣ କରିବାର ପ୍ରୟାସ. ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ପ୍ରକାଶ କରିଥିଲେ l ଏହି ଭବ୍ଯ କାର୍ଯ୍ୟକ୍ରମରେ ଦୀର୍ଘ ଦୀର୍ଘ ବର୍ଷର ସମସ୍ୟା ଗୁଡିକ 7ଦିନ ମଧ୍ୟରେ ସମାଧାନ ହୋଇ ପାରିଥିବାରୁ ଜିଲ୍ଲା ପରିଷଦ ସଦସ୍ଯ ପରେଶ୍ ମୁଣ୍ଡା ଏହି ସମାରୋହରେ ମାନ୍ଯବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ ଟି ସଚିବ ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆଙ୍କୁ କୃତଜ୍ଞତା ଜଣାଇଥିଲେ. ।

 

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଂଚାୟତରୁ ସ୍ୱୟଂ ସହlୟକ ଗୋଷ୍ଠୀର ସଦସ୍ୟା, ମିଶନ ଶକ୍ତି ସଦସ୍ୟା,ପଂଚାୟତ ସମିତି ସଭ୍ୟ/ ସଭ୍ୟା,,ମିଶନ ଶକ୍ତି ମହିଳା ହଜାର ହଜାର ସଂଖ୍ୟାରେ ଯୋଗ ଦେଇଥିଲେl ଏଥିରେ ଆଦିବାସୀ ସମନ୍ୱିତ ପ୍ରକଳ୍ପ ପ୍ରଶାସକ ପରୀକ୍ଷିତ ଦାସ, ଏସଡିପିଓ ଶ୍ରୀ ଗୋକୁଳାନନ୍ଦ ସାହୁ,ତିରିଂ ବ୍ଲକ ଅଧ୍ୟକ୍ଷ ପରମେଶ୍ବର ସାମାଡ,ତିରିଂ ଗୋଷ୍ଠୀ ଉନ୍ନୟନ୍ନ ଅଧିକାରୀଣୀ ଶ୍ରୀମତୀ ବାସନ୍ତୀ ଲାକ୍ରା, ତିରିଂ ତହସିଲଦାର ଶୁଶାନ୍ତ ବେହେରା,ତିରିଂ ବ୍ଳକ ବିଜେଡି ସଭାପତି ବଳଦେବ ହେମ୍ବ୍ରମ, ପୂର୍ବତନ ବ୍ଳକ ଅଧ୍ଯକ୍ଷା ଜେମାମଣି ଷୁଣ୍ଢି, ଯୁବ ବିଜେଡ଼ି ବ୍ଳକ ସଭାପତି ମୁନା କ୍ଷେତ୍ରୀ,ପାର୍ଥ ସାରଥି ଷଡ଼ଙ୍ଗୀ,ଅନୁଜ ଗୁପ୍ତା ଏବଂ ଅନ୍ୟ ନେତୃବୃନ୍ଦ,ତିରିଂ ଥାନାଧିକାରୀ ,ସହକାରୀ ଯନ୍ତ୍ରୀ . ବିଇଓ, , ବ୍ଳକର ସମସ୍ତ ବିଭାଗର କର୍ମଚାରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ ୫୦୦୦ ରୁ ଉର୍ଦ୍ଧ୍ବ ବିଶେଷତଃ ମହିଳାମାନେ ଯୋଗ ଦେଇଥିଲେ ।କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହ ସଂପନ୍ନ ସୋଇଥିବାରୁ ବିଡ଼ିଓ ବାସନ୍ତୀ ଲାକ୍ରା ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।