Onn 3

ଅମ୍ବାଭୋନା ଥାନା ଭିତରେ ଗଣ୍ତଗୋଳ ସହ ଭଙ୍ଗାରୁଜା କଲେ ଶତାଧିକ ବ୍ୟକ୍ତି

Crime State

 

fds

ବରଗଡ଼ : ଅମ୍ବାଭୋନା ଥାନା ଭିତରେ ତୁମୁଳକାଣ୍ଡ । ଥାନା ଭିତରେ ଗଣ୍ତଗୋଳ ସହ ଭଙ୍ଗାରୁଜା କଲେ 30ରୁ ଉର୍ଦ୍ଧ୍ଵ ବ୍ୟକ୍ତି । ପୋଲିସ ଚଢ଼ାଉରେ ଅତିଷ୍ଠ ହୋଇ ଭଙ୍ଗାରୁଜା କରିଥିବା ଗଣ୍ଡଗୋଳର କାରଣ ବୋଲି ଅଭିଯୋଗ ହୋଇଛି ।

ପିକନିକ ପାରଟିରେ ମାଦକ ଦ୍ରବ୍ୟ ଥିବା ସୂଚନା ପାଇ ପୋଲିସ ଚଢ଼ାଉ କରିଥିଲା । ତେବେ ଚଢ଼ାଉ ବେଳେ ପୋଲିସ କିଛି ପାଇ ନଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ପ୍ରାୟ 30ରୁ ଉର୍ଦ୍ଧ୍ଵ ବ୍ୟକ୍ତି ଥାନାରେ ପଶି ଥାନାରେ ଥିବା କମ୍ପ୍ୟୁଟର , ଟେବୁଲ୍ , ଚେୟାର ଭଙ୍ଗାରୁଜା କରିଛନ୍ତି। ଘଟଣାସ୍ଥଳରେ ବରଗଡ଼ ଏସଡିପିଓ ପଦାରବିନ୍ଦ ତ୍ରିପାଠୀ ପହଞ୍ଚି ତଦନ୍ତ କରୁଛନ୍ତି ।