Onn 3

ବିଧାୟକ ମୋକିମଙ୍କୁ ୧୦ ହଜାର ଟଙ୍କା ଜରିମାନା

State

କଟକ : ଏକ ମିଥ୍ୟା ସତ୍ୟପାଠ ମାମଲାରେ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ ସମୟରେ ହାଜର ନ ହେବାରୁ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ଶୁକ୍ରବାର ଓଡ଼ିଶା ହାଇକୋର୍ଟ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି।

ବିଧାୟକ ହାଜର ହେବା ପାଇଁ ଅଧିକ ସମୟ ମାଗିଥିଲେ। ଏଥିରେ ଅସନ୍ତୋଷ ପ୍ରକାଶ କରି କୋର୍ଟ ବିଧାୟକଙ୍କୁ ୧୦ ହଜାର ଟଙ୍କା ଜୋରିମାନା ଦେବା ସହ ସୋମବାର ସୁଦ୍ଧା ଜରିମାନା ରାଶି ଆଡଭୋକେଟ୍ ଓ୍ୱେଲଫେୟାର ଫଣ୍ଡରେ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୧ ତାରିଖରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣି ସମୟରେ ତାଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

ବିଜେଡି ନେତା ଦେବାଶିଷ ସାମନ୍ତରାୟ ୨୦୧୯ ଜୁଲାଇ ୩ ତାରିଖରେ ମୋକିମଙ୍କ ନିର୍ବାଚନକୁ ଚାଲେଞ୍ଜ କରି ଆବେଦନ କରିଥିଲେ ଯେ, ନାମାଙ୍କନ ପତ୍ର ଦାଖଲ ବେଳେ ତାଙ୍କ ବିରୋଧରେ ଥିବା ଅପରାଧିକ ମାମଲାକୁ ନେଇ ସେ ଦାଖଲ କରିଥିବା ତଥ୍ୟକୁ ଚାପି ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ସେ ତାଙ୍କ ସମ୍ପତ୍ତି ଏବଂ ଦେବାଳିଆପଣ ବିଷୟରେ ସଠିକ୍ ତଥ୍ୟ ପ୍ରକାଶ କରିନାହାନ୍ତି।

ତେବେ ଏପରି ଆବେଦନକୁ ଖାରଜ କରିବା ପାଇଁ ମୋକିମ ଆବେଦନ କରିଥିଲେ। କିନ୍ତୁ ଜୁନ୍ ୨୦୨୨ରେ, ଜଷ୍ଟିସ ଏସ୍. କେ. ସାହୁ ମୋକିମଙ୍କ ଆବେଦନକୁ ଖାରଜ କରିବା ସହ ନିର୍ବାଚନ ମାମଲାରେ ବିଚାର ପାଇଁ ୩୬ଟି ପ୍ରସଙ୍ଗ ପ୍ରସ୍ତୁତ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଋଣ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିଧାୟକଙ୍କ ଦଣ୍ଡାଦେଶକୁ ଚାଲେଞ୍ଜ କରି ହାଇକୋର୍ଟରେ ମଧ୍ୟ ଶୁଣାଣି ଚାଲିଛି।