Onn 3

ଯବାନ ଚାଲିଗଲେ, ଜନ୍ମମାଟିରେ ଶୋକାକୂଳ ପରିବେଶ

State

 

jaq

ଯବାନ ଚାଲିଗଲେ, ଝୁରୁଛି ଗାଁ ମାଟି । ଜନ୍ମମାଟି ଗୋପ ମଲ୍ଲଗାଁରେ ଶୋକାକୂଳ ପରିବେଶ । ମେଘାଳୟ ସୁରା କ୍ୟାମ୍ପରୁ ଘାଟିକୁ ଯାଉଥିବା ସମୟରେ ବିଏସଏଫ ଯବାନ ହାବିଲଦାର ପ୍ରତାପ ରଞ୍ଜନ ପରିଡାଙ୍କ ମୃତ୍ୟୁ ଘଟିଛି । ପ୍ରତାପଙ୍କ ମୃତ୍ୟୁ ଖବର ପାଇବା ପରେ ପରିବାର ସଦସ୍ୟ ଆଉ ସମଗ୍ର ଗୋପ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଦୁଃଖଦ ଘଟଣା ଯେ ରାଜ୍ୟର ପ୍ରତ୍ୟେକ ଗାଁରେ ଶବଦାହ ପାଇଁ ଶବଦାହ ଗୃହ ଅଛି । କିନ୍ତୁ ମଲ୍ଲ ଗାଁରେ ଶବଦାହ ଗୃହ ନଥିବାରୁ ଗାଁକୁ ଫେରୁଥିବା ଯବାନଙ୍କ ମରଶରୀର ଦାହ ପାଇଁ ପରିବାର ପକ୍ଷରୁ ମଶାଣୀ ଭୂଇଁକୁ ଜେସିବି ଦ୍ୱାରା ପରିଷ୍କାର କରାଯାଉଛି । ଅନ୍ୟପକ୍ଷରେ କୌଣସି କାରଣରୁ ଗୋରୁ ମାଫିଆ ପ୍ରତାପଙ୍କୁ ମାରିଦେଇଥିବା ଅଭିଯୋଗ କରିବା ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ପରିବାର ଲୋକ |