S1

ଜୟକୃଷ୍ଣ ଆଞ୍ଚଚଳିକ ସାଧନ କେନ୍ଦ୍ର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ଓ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ

State

ଆଗରପଡ଼ା :ବନ୍ତ ବ୍ଲକ ଓଡଙ୍ଗ ପଞ୍ଚଚାୟତ ସରମରା ସ୍ଥିତ ପୁରୁଷୋତ୍ତମ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜୟକୃଷ୍ଣ ଆଞ୍ଚଚଳିକ ସାଧନ କେନ୍ଦ୍ର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ଓ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁରୁଷୋତ୍ତମ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ମମତା ରାଣୀ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ସରପଞ୍ଚଚ ଲକ୍ଷ୍ମୀପ୍ରିୟା ଦାସ, ମୁଖ୍ୟବକ୍ତା ଭାବେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ପ୍ରମୋଦ ପଣ୍ଡା, ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ ଆଞ୍ଚଚଳିକ ସାଧନ କେନ୍ଦ୍ର ସଂଯୋଜକ ରାମ ଚନ୍ଦ୍ର ଜେନା, ଜୟକୃଷ୍ଣ ନୋଡାଲ ଉ.ପ୍ରା ଆଞ୍ଚଚଳିକ ସାଧନ କେନ୍ଦ୍ର ସଂଯୋଜକ ପରମେଶ୍ୱର ପୃଷ୍ଟି, ମଙ୍ଗୁଲି ଉ.ପ୍ରା ବିଦ୍ୟାଳୟ ପ୍ରଧାନଶିକ୍ଷକ ରମାକାନ୍ତ ରାଉତ୍‌, ଓଡଙ୍ଗ ସ୍କୁଲ ପ୍ରଧାନଶିକ୍ଷକ ମାଧବାନନ୍ଦ ମୁଣ୍ଡା, ପରିଚାଳନା କମିଟି ସଭାପତି ବିଶ୍ୱନାଥ ଜେନା ପ୍ରମୁଖ ଯୋଗଦେଇଥିଲେ । ଏହି ଆଞ୍ଚଚଳିକ ସାଧନ କେନ୍ଦ୍ର ଅଧୀନରେ ଥିବା ୧୦ଗୋଟି ବିଦ୍ୟାଳୟର ପ୍ରାୟ ୧୨୦ ଜଣ ଛାତ୍ର ଛାତ୍ରୀ ୨୨ଗୋଟି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀ ଅତିଥିଙ୍କ ପାଖରୁ ପୁରସ୍କାର ଗ୍ରହଣ କରିଥିଲେ । ପ୍ରାରମ୍ଭରେ ଅତିଥି ମାନେ ଜଗତର ନାଥ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟା ଅର୍ପଣ ପୂର୍ବକ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଶିକ୍ଷୟତ୍ରୀ ଅନୁସୂୟା ଭୋଇ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ଗୌତମ ନାୟକ ମଞ୍ଚଚ ପରିଚାଳନା କରିଥିଲେ । ଶେଷରେ ନମିତା ଧଳ ଧନ୍ୟବାଦ ଅର୍ପଣ କରିଥିଲେ । ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମକୁ ଶିକ୍ଷକ ସୋମନାଥ ବିଶ୍ୱାଳ, ତାପସ କୁମାର ଜେନା, ଜଲିରାଣୀ ଶଙ୍ଖୁଆ , ଯଶୋବନ୍ତ ସିଂ, ନିରଞ୍ଜନ ରାଉତ, ସରସ୍ୱତୀ ନାଥ, ଲେସ କିସ୍କୁ ଶିକ୍ଷା କର୍ମଚାରୀ ଧୀରେନ୍ଦ୍ର ରାଉଳ, ମଳୟ ଦାସଙ୍କ ସମେତ ସମସ୍ତ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ ଓ ପରିଚାଳନା କମିଟି ସଦସ୍ୟତ୍ତ୍ୱ/ସଦସ୍ୟା ସହଯୋଗ କରିଥିଲେ ।