S3

ବିଭିନ୍ନ ବିଦ୍ୟାଳୟରେ ଶିଶୁ ମହୋତ୍ସବ ସୁରଭି ଓ ପ୍ରତିଯୋଗିତା

State
  • ଲୋକ କଳା ଓ ଲୋକ ସଂସ୍କୃତିକୁ ଉଜ୍ଜିବିତ କରିବ ‘ସୁରଭି’

ଆଗରପଡ଼ା :ବନ୍ତ ବ୍ଲକ ଅଧିନସ୍ଥ କାଦବରାଙ୍ଗ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଲୋକ ସଂସ୍କୃତିର ପର୍ବ ‘ସୁରଭି‘ ଅନୁଷ୍ଠିତ ହୋଇଯାଇଛି । କାଦବରାଙ୍ଗ ନୋଡ଼ାଲ କ୍ଲଷ୍ଟରରେ ଥିବା ୧୨ଟି ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇ କୃତିତ୍ୱ ଅର୍ଜ୍ଜନ କରିଅଛନ୍ତି । କାଦବରାଙ୍ଗ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିମଳ ଯେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାର ମୁଖ୍ୟ ଅତିଥି ରୁପେ କାଦବରାଙ୍ଗ ପଂଚାୟତ ସରପଂଚ ତଅ ପୋଇ ସେଠୀ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ ତଥା କଥାକାର ହରିହର ପାଣିଗ୍ରାହୀ ଏବଂ ସମ୍ମାନୀୟ ଅତିଥି ଭାବେ ବିଦ୍ୟଳୟ ଶିକ୍ଷା କମିଟିର ସଭାପତି ପ୍ରସନ୍ନ ପଣ୍ଡା,ସିଆରସିସି ପ୍ରଦୀପ ପଲେଇଙ୍କ ସମେତ କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ ବ୍ରହ୍ମାନନ୍ଦ ଭୂୟାଁ, ପ୍ରଫୁଲ୍ଲ ପୁହାଣ, ପ୍ରଣୟ ସିଂହ, ଗଣେଶ ପ୍ରଧାନ, ଭଗବାନ ପୁରୀ, ଲିଲି ପରିଡ଼ା, ମନୋଜ ରାଉଳ ପ୍ରମୁଖ ଯୋଗ ଦେଇ ସୁରଭି -୨୦୨୪ ଲୋକ କଳା ଓ ଲୋକ ସଂସ୍କୃତିକୁ ଉଜ୍ଜିବିତ କରିବ ବୋଲି ମନ୍ତବ୍ୟ ପ୍ରଦାନ କରିଥିଲେ । ପ୍ରଧାନ ଶିକ୍ଷକ ପ୍ରଣୟ ସିଂହ ଅତିଥି ପରିଚୟ,ସିଆରସିସି ପ୍ରଦୀପ ପଲେଇ ସ୍ୱାଗତ ସମ୍ଭାଷଣ ଏବଂ ଆଭିମୁଖ୍ୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ଅଶୋକ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବିଚାରକ ଭାବେ ଉମାକାନ୍ତ ରାଉତ, ଟୁନାବାଳା ମହାନ୍ତି, ନୃସିଂହ କର, ପଦ୍ମନାଭ ସେଠୀ ଏବଂ କ୍ଲଷ୍ଟରର ବିଭିନ୍ନ ବିଦ୍ୟଳୟର ଶିକ୍ଷକ/ଶିକ୍ଷୟିତ୍ରୀ ଭାଗ ନେଇଥିଲେ । ଲୋପାମୁଦ୍ରା ସ୍ୱାଇଁ, ଭାସ୍ୱତି ଜେନା, ରିୟା ରାଉଳ, ଜସ୍ମିନ ରାଉତ, ପ୍ରଭାତ ପରିଡ଼ା, ଅମୃତଲାଲ ମହାନ୍ତି, ବିଭୁତି ଜେନା, ବିଭୁତି ବିଶ୍ୱାଳ, ରବିନାରାୟଣ ନାଥ, ନିରଞ୍ଜନ ପଲେଇ, ଗୋପାଳକୃଷ୍ଣ ସାହୁ, ଭାଗିରଥି ସେଠୀ ପ୍ରମୁଖ ଶିକ୍ଷକ/ଶିକ୍ଷୟିତ୍ରୀ ପରିଚାଳନାରେ ସହଯୋଗ କରିଥିଲେ । ସର୍ବଶେଷରେ କୃତି ଛାତ୍ର ଛାତ୍ରୀଙ୍କୁ ମାନପତ୍ର ଏବଂ ପଦକ ପ୍ରଦାନ କରାଯାଇଥିଲା ।