Onn 3

ଇଣ୍ଡିଆ ମେଣ୍ଟ ରାଜ୍ୟ ନେତୃବୃନ୍ଦଙ୍କ ସହ ବୈଠକ କଲେ ଖଡ଼ଗେ

Politics State

 

BAITH

ଭୁବନେଶ୍ୱର: ରାଜ୍ୟ ଅତିଥି ଭବନରେ ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସହିତ ଇଣ୍ଡିଆ ମେଣ୍ଟ ରାଜ୍ୟ ନେତୃବୃନ୍ଦଙ୍କ ସହ ବୈଠକ କରିଛନ୍ତି | ୨୦୨୪ ନିର୍ବାଚନକୁ ନେଇ ବୈଠକରେ ଆଲୋଚନା ହୋଇଥିବାବେଳେ ବୈଠକରେ ସିପିଆଇ ନେତା ଅଭୟ ସାହୁ, ସିପିଆଇଏମର ନେତା ସୁରେଶ ପାଣିଗ୍ରାହୀ, ସିପିଆଇ-ଏମଏଲ(ଲିବେରେସନ) ନେତା ଯୁଧିଷ୍ଠିର ମହାପାତ୍ର,ଫରୱାର୍ଡ଼ ବ୍ଲକର ନେତା ଜ୍ୟୋତି ରଞ୍ଜନ ମହାପାତ୍ର, ଏନସିପିର ନେତା ବିକ୍ରମ ସ୍ୱାଇଁ, ଆରଜେଡିର ହରିଶ ମହାପାତ୍ର, ସମତାକ୍ରାନ୍ତି ଦଳର ପ୍ରଭାସ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ବିଜେପି ସରକାର ଓ ତାଙ୍କ ସହ ଥିବା ବିଜେଡି ସରକାରକୁ ଗାଦିଚ୍ୟୁତ କରିବା ସହ ଦେଶର ସମ୍ବିଧାନକୁ ସୁରକ୍ଷିତ ରଖିବା ନେଇ ଆଲୋଚନା ହୋଇଥିବାର ସିପିଆଇଏମ ନେତା ସୁରେଶ ପାଣିଗ୍ରାହୀ କହିଛନ୍ତି |