Onn 3

ପୂର୍ବତନ ସରପଞ୍ଚଙ୍କ ଅକାଳ ବିୟୋଗ ; ବିଭିନ୍ନ ମହଲରେ ଶୋକ

State

ନିଶ୍ଚିନ୍ତକୋଇଲି: ରାମକୃଷ୍ଣପୁର ଓ ନତକାଇ ପଞ୍ଚାୟତର ପ୍ରଥମ ସମିତିସଭ୍ୟ ଏବଂ ନତକାଇ ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ,ସ୍ପଷ୍ଟବାଦୀ ଓ ଜନପ୍ରିୟ ରାଜନେତା ଷ୍ଟାଲିନ ରାଉତ(୬୨) ଙ୍କ କାର୍ତ୍ତିକ ପୂର୍ଣ୍ଣିମାରେ ଚିକିତ୍ସାଧୀନ ଅବସ୍ଥାରେ ମସ୍ତିଷ୍କଘାତ ଯୋଗୁଁ ଅକାଳ ବିୟୋଗ ଘଟିଛି । ତାଙ୍କ ମୃତ୍ୟୁରେ ଏ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ଶେଷ ଦର୍ଶନ ପାଇଁ ନତକାଇ (ବଣୁଆସାହି) ଗ୍ରାମ ବାସଭବନରେ ଶହ ଶହ ଜନସାଧାରଣ, ମାନ୍ୟଗଣ୍ୟ ବ୍ୟକ୍ତି ଓ ବହୁ ନେତୃବୃନ୍ଦ ଙ୍କ ଭିଡ଼ ଦେଖାଯାଇଥିଲା । ସୋମବାର ସକାଳେ ହଠାତ୍ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ପ୍ରଥମେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ଅବସ୍ଥା ଗୁୁରୁତର ଥିବାରୁ ଡ଼ାକ୍ତର ତାଙ୍କୁ କଟକ ବଡ଼ମେଡ଼ିକାଲ ସ୍ଥାନାନ୍ତର କରିଥିଲେ । ସ୍ୱର୍ଗତଃ ରାଉତ ବିଶ୍ୱନାଥ ସ୍ମୃତି ସଂସଦର ସଭାପତି , ବ୍ଲକ ଛକ ବ୍ୟବସାୟୀ ସଂଘର କାର୍ଯ୍ୟନିର୍ବାହୀ ସଭ୍ୟ, ନିଶ୍ଚିନ୍ତକୋଇଲି କୃଷି ଋଣ ସେବା ସମବାୟ ସମିତିର ସଭ୍ୟ ଥିବା ବେଳେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନରେ ସକ୍ରିୟ କାର୍ଯ୍ୟକ୍ରମରେ ରହିଥିଲେ ।

ତାଙ୍କ ମୃତ୍ୟୁ ଖବର ପାଇ ସରପଞ୍ଚ ଜୟଦେବ ରାଉତ, ସରପଡ଼ା ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ସାମ୍ବାଦିକ ଶାରଦାପ୍ରସାଦ ପଣ୍ଡା, ବିଜେପି ନେତା ଚୌଧୁରୀ ପ୍ରଭାତକେଶରୀ ମିଶ୍ର,ଗାନ୍ଧୀ ସ୍ମାରକ ନିଧିର ରାଜ୍ୟ ସମ୍ପାଦକ ଜୟନ୍ତ ଦାସ, ସାମ୍ବାଦିକ ପ୍ରମୋଦ ପରିଡ଼ା,ରମେଶ ରାଉତ,ବ୍ୟବସାୟୀ ସଂଘର ସଭାପତି ଅନ୍ତର୍ଯ୍ୟାମୀ ରାଉତରାୟ,ସମ୍ପାଦକ ଶରତ ରାଉତ,ଉପସଭାପତି ସେକ୍ ନୁର୍ ଉଦ୍ଦିନ୍‌, ସହ ସମ୍ପାଦକ ହରେକୃଷ୍ଣ ରାଉତ, କୋଷାଧ୍ୟକ୍ଷ ପ୍ରକାଶ ନାୟକ ପ୍ରମୁଖ ବାସଭବନରେ ପହଞ୍ଚି ମର ଶରୀରରେ ଶେଷ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଏକମାତ୍ର ପୁତ୍ର ଶକ୍ତିପ୍ରସାଦ ରାଉତ ମୁଖାଗ୍ନୀ ଦେଇଥିଲେ । ସ୍ୱର୍ଗତ ରାଉତଙ୍କ ସମ୍ମାନ ଉଦ୍ଦେଶ୍ୟରେ ମଙ୍ଗଳବାର ଦିନ ବ୍ଲକ ଛକ ବଜାର ଅପରାହ୍ନ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି କୋଷାଧ୍ୟକ୍ଷ ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।