Onn 3

ନିଖିଳ ଉତ୍କଳ ଥୋରିଆ ସମାଜ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ

Religion and Cult State

ନିଶ୍ଚିନ୍ତକୋଇଲି: କେନ୍ଦୁପାଟଣା ପଞ୍ଚାୟତ ନଟରା ଗ୍ରାମରେ ଥିବା ବେଲେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ନିଖିଳ ଉତ୍କଳ ଥୋରିଆ ସମାଜ କେନ୍ଦୁପାଟଣା ଜୋନ୍ ଆନୁକୂଲ୍ୟରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଛି । ଏଥିରେ ମା’ ମଙ୍ଗଳାଙ୍କୁ ଅଧିଷ୍ଠିତ କରାଇ ପୂଜକ ପ୍ରଭାତ କୁମାର ମହାପାତ୍ରଙ୍କ ଦ୍ୱାରା ଯଥାରୀତି ପୂଜାର୍ଚ୍ଚନା କରାଯିବା ପରେ ଥୋରିଆ ସମ୍ପ୍ରଦାୟର ମହିଳାମାନେ ଧୂପ, ଦୀପ ଅର୍ପଣ କରି ମାଆଙ୍କୁ ବନ୍ଦାପନା କରିଥିଲେ । ଆଗକାଳରେ ସାଧବପୁଅ ମାନେ ଜାଭା,ସୁମିତ୍ରା,ବୋର୍ଣ୍ଣିଓ ଆଦି ଦୀପକୁ ଯାଇ ବାଣିଜ୍ୟ ବ୍ୟବସାୟ କରି ରାଜ୍ୟକୁ ଧନସମ୍ପଦ ଆଣୁଥିବାର ଯେଉଁ ପୁରୁଣା ସଂସ୍କୃତି ଏବଂ ପରମ୍ପରା ରହିଛି ତାହାକୁ ଉଜ୍ଜିବିତ କରିବା ନିମନ୍ତେ ଉକ୍ତ ବୋଇତକୁ କେନ୍ଦ୍ରାପଡ଼ା କେନାଲରେ ଭସାଇ ଦିଆଯାଇଥିଲା ।

ଜୋନ୍ ର ସଭାପତି ଦେବେନ୍ଦ୍ରନାଥ ସାହୁଙ୍କ ପୌରହିତ୍ୟରେ ଏଥିରେ ଉପଦେଷ୍ଟା କୈଳାସ ଚନ୍ଦ୍ର ପୃଷ୍ଟି, କେଳୁଚରଣ ସାହୁ, ବିଷ୍ଣୁଚରଣ ସାହୁ, ସମ୍ପାଦକ ଚିନ୍ମୟ କୁମାର ସାହୁ,କିଶୋରନଗର ଜୋନ୍ ର ମୁଖ୍ୟ ପ୍ରମୋଦ କୁମାର ସାହୁ, ହରିପୁର ଜୋନ୍ ର ମୁଖ୍ୟ ନିରଞ୍ଜନ ସାହୁ,ନେମାଳ ଜୋନ ର ମୁଖ୍ୟ ପ୍ରମୋଦ ସାହୁ , ବିବେକାନନ୍ଦ ସାହୁ ପ୍ରମୁଖ ଯୋଗ ଦେଇ ବୋଇତ ବନ୍ଦାଣର ଆଭିମୁଖ୍ୟ ଏବଂ ଥୋରିଆ ସମାଜର ପୁରୁଣା ଐତିହ୍ୟ ସଂକ୍ରାନ୍ତରେ ଆଲୋକପାତ କରିଥିଲେ । ଜ୍ୟୋତିରଂଜନ ସାହୁ, ଯଦୁନାଥ ସାହୁ, ମହେଶ୍ୱର ସାହୁ, ଲକ୍ଷ୍ମୀଧର ସାହୁ, ଦେବେନ୍ଦ୍ର ସାହୁ ଓ ଧିରେନ୍ଦ୍ର ସାହୁଙ୍କ ସହଯୋଗରେ ପ୍ରତ୍ୟୁଷରୁ ବେଲେଶ୍ୱର ମହାଦେବଙ୍କ ନିକଟରେ ଯଥାରୀତି ପୂଜାର୍ଚ୍ଚନା ଓ ବୋଇଥ ବନ୍ଦାଣ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।