Image 2024 03 14t145357.276 1

‘ଜନଜାତି ସମ୍ପ୍ରଦାୟ ପାଇଁ ସରକାର ଅନେକ ଉନ୍ନତିମୂଳକ ପଦକ୍ଷେପ ନେଇଛନ୍ତି’

Politics State

ଭୁବନେଶ୍ବର: ବିଜେଡି ଜାତୀୟ ମୁଖପାତ୍ର ଡକ୍ଟର ସଂତୃପ୍ତ ମିଶ୍ର ଜନଜାତି ସମ୍ପ୍ରଦାୟ ଉପରେ ଗୁରୁତ୍ବାରୋପ କରିଛନ୍ତି । ସେ କହିଛନ୍ତି ଯେ, ଜନଜାତି ସମ୍ପ୍ରଦାୟ ବହୁତ ଗୁରୁତ୍ୱପୂର୍ଣ୍ଣ । ଏହା ଓଡ଼ିଶାରେ ୨୨.୮% ବା ଏକ କୋଟି ଲୋକ । ଏମାନଙ୍କ ଉନ୍ନତି ସଂସ୍କୃତି, ଜ୍ଞାନ, ବନ୍ୟ ଉତ୍ପାଦନ, ଔଷଧ, ଜୀବନ ଶୈଳୀ, ପ୍ରାଚୀନ ସଭ୍ୟତାକୁ ବଞ୍ଚାଇ ରଖିଛନ୍ତି । ୩୧୪ ବ୍ଲକରେ ୬୪ ଜନଜାତି ଅଛନ୍ତି । ୭୪ ଉପଭାଷା ପ୍ରୟୋଗ କରନ୍ତି ।

ବିଜେଡି ସଭାପତି ନବୀନ ପଟ୍ଟନାୟକ ସବୁ ସମୟରେ ସେମାନଙ୍କ ଆବଶ୍ୟକତା ପାଇଁ ଚିନ୍ତା କରିଛନ୍ତି । ଜନଜାତିଙ୍କୁ ଅର୍ଥନୈତିକ ସୁରକ୍ଷା, ଶିକ୍ଷା ଭାଷା ଓ ସଂସ୍କୃତି ସୁରକ୍ଷା ପାଇଁ ଅନେକ କାର୍ଯ୍ୟକ୍ରମ ହୋଇଛି । ଶିକ୍ଷାରେ ତିନୋଟି ମେଡିକାଲ କଲେଜ ହୋଇଛି । ବାରିପଦାରେ ରଘୁନାଥ ମୁର୍ମୁ, କୋରାପୁଟରେ ସହିଦ ଲକ୍ଷ୍ମଣ ନାୟକ ଓ କଳାହାଣ୍ଡିରେ ସହିଦ । ଆଧିବାସୀ ଅଞ୍ଚଳରେ ୨୫୦୦ ସ୍କୁଲ 5-T ରୂପାନ୍ତର ହୋଇଛି । ୩୩୦୦ ରୂପାନ୍ତର ପାଇଁ କାମ ଚାଲିଛି ।

ସୁଵିଦ୍ୟା ଦ୍ୱାରା ଆବସିକ ସ୍କୁଲ ପାଇଁ କାମ ହୋଇଛି । ୧୭୩୪ ସୁଵିଦ୍ୟା ସ୍କୁଲ । ୫ ଲକ୍ଷ ୭୦ ହଜାର ପିଲା ହଷ୍ଟେଲରେ ରହି ପାଠ ପଢୁଛନ୍ତି । ୧୫ ଲକ୍ଷ ଛାତ୍ରଛାତ୍ରୀ, ୭୫୦୦ ଛାତ୍ରୀ ୮୦୦୦ ବୃତ୍ତି ଦିଆଯାଇଛି । ୪ ଲକ୍ଷ ଛାତ୍ରଛାତ୍ରୀଙ୍କୁ ପୋଷ୍ଟ ମାଟ୍ରିକ ବୃତ୍ତି ଦିଆଯାଉଛି । ୯୫୦ ଅତିରିକ୍ତ ବୃତ୍ତି ୧ ଲକ୍ଷ ୬ ହଜାରରୁ ଅଧିକ ଛାତ୍ରୀଙ୍କୁ ପାଠ ପାଇଁ ଦିଆଯାଉଛି । ଆକାଂକ୍ଷା ଦ୍ୱାରା ସହରରେ ହଷ୍ଟେଲ କରାଯାଇଛି ।

ଅନ୍ଵେଷା ଜରିଆରେ ୧୭ ଜିଲ୍ଲାରେ ୨୧,୬୮୨ ପିଲା ବାହାରେ ପାଠ ପଢୁଛନ୍ତି. ମଡେଲ ଆବାସିକ ସ୍କୁଲ ଏକଲାବ୍ୟ ଜରିଆରେ ଚାଲିଛି । ୨୧ ଭାଷାର ସଂରକ୍ଷଣ ଓ ବିସ୍ତାର ପାଇଁ କାମ ଚାଲିଛି. ସମ୍ଭିଧାନର ଅଷ୍ଟମ ଅନୁଛେଦରେ ସ୍ଥାନ ଦେବାକୁ ବ୍ୟବସ୍ଥା ହୋଇଛି । ଅର୍ଥନୈତିକ ସ୍ୱାଧୀନତା ପାଇଁ ଲାଭ ଯୋଜନା କରାଯାଇଛି ।

ଏସଏଚଜି ମହିଳାଙ୍କ ଆୟ ବୃଦ୍ଧି ପାଇଁ କରାଯାଇଛି । ୯୯ ଲକ୍ଷ ଲୋକ ସୁବିଧା ପାଇଛନ୍ତି. 5-T ଅଧୀନରେ ଇପ୍ରକ୍ୟୁରମେଣ୍ଟ କରାଯାଇ ମଧ୍ୟସ୍ଥିଙ୍କ ମନମାନି ରୋକା ଯାଇଛି । ଆଦିମ ଆଦିବାସୀଙ୍କ ସଂରକ୍ଷଣ ପାଇଁ ୭୧୧ କୋଟି ବ୍ୟୟରେ ୨୭,୩୦୮ ପରିବାରକୁ ସାହାଯ୍ୟ କରାଯାଇଛି ।

ଆଦିବାସୀ ଯୁବକଙ୍କ ଖେଳ ପାଇଁ ରାଉରକେଲାରେ ବିଶ୍ଵସ୍ତରୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିଅମ କରାଯାଇଛି । ସୁନ୍ଦରଗଡ଼ରେ ୧୭ ଆଷ୍ଟ୍ରୋଟର୍ଫ କରାଯାଇଛି । ପ୍ରାଚୀନ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ବାଦ୍ୟ ଯନ୍ତ୍ର ତିଆରି କରାଯାଇଛି । ଆଦିବାସୀଙ୍କ ପାଇଁ ୨୨୨ ସାଂସ୍କୃତିକ କ୍ଲବ, ୪୪୦୦ ସ୍ମଶାନ, ଆଦିବାସୀ ସଂଗ୍ରହାଳୟ, ଏକାଡେମୀ ନିର୍ମାଣ, ୨୩ ଏସଡିସି ଜରିଆରେ ଉନ୍ନତି, ଟ୍ରାଇଭାଲ ଡେଭଲପମେଣ୍ଟ ସୋସାଇଟି ଜରିଆରେ ଚାକରି ପାଇଁ ଟ୍ରେନିଂ, ୧୦୦ କୋଟି ଖର୍ଚ୍ଚରେ ଭୁବନେଶ୍ୱରରେ ୫ ଏକରର ଆଦିବାସୀ ଭବନ ଦିଆଯାଇଛି ।