Image 2024 02 20t155530.268

ବ୍ରହ୍ମପୁର ଆଇଜର୍ ସ୍ଥାୟୀ କ୍ୟାମ୍ପସ ସହ ସୁବର୍ଣ୍ଣପୁର କେନ୍ଦ୍ରୀୟ ବିଦ୍ୟାଳୟର ନୂତନ କୋଠା ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

State

ବ୍ରହ୍ମପୁର/ସୁବର୍ଣ୍ଣପୁର/କୋରାପୁଟ: ଗୋଟିଏ ଦିନରେ ତିନୋଟି ଲୋକାର୍ପଣ । ଆଜି ବ୍ରହ୍ମପୁର ଆଇଜର୍ ବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ସାଇନସ ଆଣ୍ଡ ରିସର୍ଚର ସ୍ଥାୟୀ କ୍ୟାମ୍ପସ ଲୋକାର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜମ୍ମୁରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭର୍ଚୁଆଲ ମାଧ୍ୟମରେ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଲୋକାର୍ପଣ ଉତ୍ସବରେ ଭର୍ଚୁଆଲ ମାଧ୍ୟମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ମଧ୍ୟ ସାମିଲ ହୋଇଥିଲେ ।

୧୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ବ୍ରହ୍ମପୁର ଆଇଜରର ସ୍ଥାୟୀ କ୍ୟାମ୍ପସ । ଏହା ଦେଶର ସପ୍ତମ ଆଇଜରର ସ୍ଥାୟୀ କ୍ୟାମ୍ପସ ଅଟେ । ସୂଚନାଯୋଗ୍ୟ, କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ୨୦୧୫ ମସିହା ଅଗଷ୍ଟ ପହିଲାରେ ବ୍ରହ୍ମପୁର ଠାରେ ଆଇଜର ପ୍ରତିଷ୍ଠା ନେଇ କେନ୍ଦ୍ର ସରକାର ଘୋଷଣା କରିଥିଲେ । ୨୦୧୯ ମସିହାରୁ ସ୍ଥାୟୀ କ୍ୟାମ୍ପସର ନିର୍ମାଣ କାମ ଆରମ୍ଭ ହୋଇଥିଲା ।

ସେହିପରି, ଆଜି କେନ୍ଦ୍ରୀୟ ବିଦ୍ୟାଳୟର ନୂତନ କୋଠା ଉଦଘାଟିତ ହୋଇଛି l ଭିଡିଓ କନଫେରେସିଂ ଜରିଆରେ ନୂତନ କୋଠାର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l ୨୦୧୯ ମସିହାରେ ସହରର ପାନିସିଆଳି ନିକଟରେ ୧୦ ଏକର ଜମିରେ ଏହି ବିଦ୍ୟାଳୟ ପାଇଁ ଭିତ୍ତି ପ୍ରସ୍ଥର ସ୍ଥାପନ କରିଥିଲେ ପ୍ରଧାନମନ୍ତ୍ରୀ l ମୋଟ ୧୫ କୋଟି ୮୦ ଲକ୍ଷ ଟଙ୍କାରେ ଅତ୍ୟାଧୁନିକ ବ୍ୟବସ୍ଥାରେ ନିର୍ମିତ ଏହି କୋଠାକୁ ଆଜି ନିଜେ ପ୍ରଧାନମନ୍ତ୍ରୀ ଉଦଘାଟନ କରିଛନ୍ତି । ଏନେଇ ଅଞ୍ଚଳବାସୀ ବେଶ ଖୁସି ଅନୁଭବ କରିଥିବା ନଜର ଆସିଛନ୍ତି ।

ଅନ୍ୟପଟେ, କୋରାପୁଟ ଜିଲ୍ଲାରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରଶାସନିକ ବିଲଡିଂ ସମେତ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଭିତ୍ତିପ୍ରସ୍ତର ରଖିବେ । ଏଥିପାଇଁ ୧୨୯ କୋଟି ଟଙ୍କା ବ୍ୟବବରାଦ ହୋଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ଚ୍ଚୁଆଲ ମାଧ୍ୟମରେ ଯୋଡି ହେବେ ।