ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଜାମଦା ଥାନା ଅନ୍ତର୍ଗତ ରୁମାପାହାଡି ଗ୍ରାମର ବିଧବା ମହିଳା ତଅପୋ ଭସଇ ମହାନ୍ତ(୪୭) ଗତ ୧୦/୧୧ ତାରିଖ ଶୁକ୍ରବାର ଦିନ ରାଇରଙ୍ଗପୁର ସାପ୍ତାହିକ ହାଟରୁ ପରିବା ପତ୍ର କିଣିବା ପାଇଁ ଆସି ଆଉ ଘରକୁ ଫେରି ନଥିଲେ । ସଂନ୍ଧ୍ୟା ୬ ଟା ପାଖାପାଖି ସମୟରେ ପରିବାର ଲୋକେ ତାଙ୍କୁ ଫୋନ କରିବାରୁ ସେ ରାଇରଙ୍ଗପୁର କଲେଜ ପର୍ଯ୍ୟନ୍ତ ସଂପର୍କରେ ଥିଲେ ।ପରେ ମୋବାଇଲ ସୁଇଚ ଅଫ୍ ହୋଇ ଯାଇଥିଲା ।ଘରକୁ ନ ଫେରିବାରୁ ପରିବାର ଲୋକେ ଯାମଦା ଥାନାରେ ନିଖୋଜ ନେଇ ୧୧/୧୧ ରେ ଲିଖିତ ଅଭିଯୋଗ କରିଥିଲେ । ଆଜି ଗୁରୁବାର ୨୨/୧୧ ତାରିଖ ସକାଳେ ହେଁସଡା ପଞ୍ଚାୟତର ମାଟିଆଳି ଗ୍ରାମର କିଛି ଲୋକ ଶୌଚ କରିବାକୁ ନିକଟସ୍ଥ ବୁଢ଼ାରଣା ପାହାଡ଼ ପାଦ ଦେଶରେ ଦୁର୍ଗନ୍ଧ ବାସ୍ନା ପାଇଥିଲା ।ପରେ ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ । ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ,ଯାମଦା ଥାନା ଓଆଇସି ମିନତୀ ନାଏକ , ବାରିପଦାର ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଥିଲେ । ମହିଳାଙ୍କ ରକ୍ତ ଜୁଡୁଵୁଡୁ ଶାଢ଼ୀ,ଶାୟା,ବ୍ଳାଉଜ,ଚୁଡ଼ି,ଚପଲ,ଓଢ଼ଣୀ ବିଭିନ୍ନ ସ୍ଥାନରେ ଏଠି ସେଠି ପଡ଼ିଥିଲା । ।
ତାଙ୍କୁ ରାସ୍ତାରୁ ଘୋଷାରି ଘୋଷାରି ଘୋଷାରି ନେଇ ଜଙ୍ଗଲ ଭିତରେ ଵିଵସ୍ତ୍ର କରି କଲବଲ କରି ମରଣାନ୍ତକ ଆକ୍ରମଣ କରି ବିଭତ୍ସ ହତ୍ୟାକାଣ୍ଡ କରାଯାଇଛି ତଅପୋଇର ମଥାକୁ ପଥରରେ ଛେଚି ହତ୍ୟା କରାଯାଇଛି। ଦୁବୃର୍ତ୍ତଙ୍କ ଚପଲ ଓ ଗାମୁଛା ମଧ୍ୟ ଏଠି ସେଠି ପଡ଼ିଛି ।ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ଚିହ୍ନଟ କରିଥିଲେ । ମୃତ ବିଧବା ତଅପୋଇର ପୁଅ ବାପୁନ୍ ମହାନ୍ତ ଲେଖା ଅନୁସାରେ ପୋଲିସ ହତ୍ୟା ମାମଲା କେଶ ନମ୍ବର ୯୪/୨୩ ରୁଜୁ କରି ତଦନ୍ତ ଚଳାଇ!ଥିଲା । ପୋଲିସ ତଦନ୍ତ କରି କୁଦାହାଁସା ଗ୍ରାମର ବାପ ପୁଅ ବିଶେଶ୍ୱର ବେହେରା ( ବିଡ଼ିଓ)(୫୨) ଓ ରାକେଶ ବେହେରା ( ଟିକୁ), ଏବଂ ତିରିଂ ଥାନା ଅନ୍ତର୍ଗତ କଣ ଗ୍ରାମର ରାଜେଶ ଦାସ(୨୫) ଏବଂ ଲାଲଟୁ ଦାସ(୨୨) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସେମାନେ ମୃତ ତଅପୋଇଙ୍କୁ ଗତ ୧୦/୧୧ ତାରିଖରେ ରାଇରଙ୍ଗପୁର ସାପ୍ତାହିକ ଶୁକ୍ରବାର ହାଟରୁ ଘରକୁ ଫେରୁଥିବା ସମୟରେ ଦୁବୃର୍ତ୍ତମାନେ ଅଟୋରେ ଅପହରଣ କରି ଵୁଢାରଣା ପାହାଡ଼ରେ ନିର୍ମମ ଭାବରେ ପଥର ଛେଚି ହତ୍ୟା କରି ପ୍ରମାଣ ଲୁଚାଇବା ପାଇଁ ଜଙ୍ଗଲ ଭିତରେ ଫୋପାଡି ଦେଇଥିଲେ ବୋଲି ପୋଲିସ ପାଖରେ ସ୍ଵୀକାର କରିଛନ୍ତି ।ଖୁବ୍ କମ୍ ଦିନରେ ଜାମଦା ପୋଲିସକୁ ଏହି ହତ୍ୟାକାଣ୍ଡର ସଫଳତା ମିଳିଥିବାରୁ ପୋଲିସ ଉପରେ ଜନସାଧାରଣଙ୍କ ଆସ୍ଥା ବୃଦ୍ଧି ପାଇଛି ।