Onn 3

ଭଂଜପୁର ଜଗଦ୍ଧାତ୍ରୀ ମେଳାର ୨ୟ ସନ୍ଧ୍ୟା

Religion and Cult State

ବାରିପଦା: ଭଂଜପୁର ଠାରେ ମା’ ଜଗଦ୍ଧାତ୍ରୀଙ୍କ ପୂଜା ଅବସରରେ ଆୟୋଜିତ ମେଳାର ଦ୍ଵିତୀୟ ସନ୍ଧ୍ୟାରେ ପ୍ରଥମେ ବାରିପଦାର ଦୁଇ ଉଦୀୟମାନ ଗୀଟାର ବାଦକ ପ୍ରଭାସ ମହାନ୍ତ ଓ ପ୍ରତ୍ୟୁଷ ମହାନ୍ତ ସୁନ୍ଦର କାର୍ଯ୍ୟକ୍ରମ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ I ପରେ ପରେ କଟକରୁ ଆସିଥିବା ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା ପ୍ରଭୁ ଜଗନ୍ନାଥଙ୍କ ଉପରେ ଭଜନ ପରିବେଷଣ ଦର୍ଶକ ମାନଙ୍କୁ ବିମୋହିତ କରିଥିଲେ I ଭଜନ ସମ୍ରାଟ ଭିକାରି ବଳଙ୍କ ଭଜନକୁ ଓଡିଶାର ସୁନାମଧନ୍ୟ ଭଜନ ଗାୟକ ରବୀନ୍ଦ୍ର ନାଥ ମିଶ୍ରଙ୍କ ଭଜନ ପରିବେଷଣ ଦର୍ଶକ ମାନଙ୍କୁ ବେଶ ଆକର୍ଷିତ କରିଥିଲା I ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବାରିପଦା ମ୍ୟୁନିସିପାଲିଟିର ଉପ ନଗରପାଳ ସୀମା ଦାସ କମିଟି ତରଫରୁ ଭଜନ ଗାୟକ ଶ୍ରୀ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରିବା ସହ ଏକ ସୁନ୍ଦର ସାଇ ଭଜନ ପରିବେଷଣ କରିଥିଲେ I

ଅନ୍ୟ ମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ଦର୍ପ ନାରାୟଣ ପାଲ, ସାଂସ୍କୃତିକ ସମ୍ପାଦକ ମାନସ ମହାନ୍ତି ଓ ପ୍ରୀତମ ପଣ୍ଡା ଉପସ୍ଥିତ ଥିଲେ I ସୋମନାଥ ସିଂହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ଶେଷରେ ଆଦିବାସୀ ସ୍ଟୁଡେଣ୍ଟସ ୟୁନିୟନଙ୍କ ଆଦିବାସୀ ନୃତ୍ୟ ଓ ଗୀତରେ ଝୁମି ଉଠିଥିଲା ମେଳା ପଡିଆ I ଓଡିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡରେ ବେଶ ସୁନାମ ଅର୍ଜନ କରିଥିବା ମରାଇନି ସୋରେନ, ନିର୍ମଳା କିସ୍କୁ, ଅମନ ମୁର୍ମୁ ଓ ପୋ ପାଲଙ୍କ ସଂଗୀତ ବେଶ ମନ ମୋହିଥିଲା I ଆସନ୍ତା କାଲି ଓମ ବିନ୍ଦୁ ଝୁମର ମେଲୋଡି ଓ ଓଡିଶା ମୁଣ୍ଡାରୀ ସ୍ଟୁଡେଣ୍ଟସ ଏସୋସିଏସନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ I