Onn 3

ରାଜ୍ୟ ସ୍ତରୀୟ ଭଲିବଲ ଚାମ୍ପିୟନସିପ ପାଇଁ ଜିଲ୍ଲା ସ୍ତରୀୟ ଚୟନ ଶିବିର

sports

ବାରିପଦା:  ଓଡିଶା ଭଲିବଲ ଏସୋସିଏସନ ଆନୁକୂଲ୍ୟରେ ୭୦ତମ ସିନିଅର ଉଭୟ ପୁରୁଷ ଓ ମହିଳା ଭଲିବଲ ଚାମ୍ପିୟନସିପ ଡିସେମ୍ବର ୭ ରୁ ୧୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ I ଏହି ଅବସରରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ବାରିପଦା ଷ୍ଟାଡିୟମ ପରିସରରେ ଡିସେମ୍ବର ୪ ତାରିଖ ଦିନ ମୟୁରଭଞ୍ଜ ଜିଲ୍ଲା ପାଇଁ ଉଭୟ ପୁରୁଷ ଓ ମହିଳା ଖେଳାଳି ଚୟନ ଶିବିର ଅନୁଷ୍ଠିତ ହେବ ବୋଲି ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଜଣାଇଛନ୍ତି I

ଇଛୁକ ଖେଳାଳି ଉକ୍ତ ତାରିଖରେ ନିଜର ଆଧାର କାର୍ଡ ଏବଂ ଜନ୍ମ ପ୍ରମାଣ ପତ୍ର ଅଥବା ମ୍ୟାଟ୍ରିକ ସାର୍ଟିଫିକେଟ ସହ ଆସି ବାରିପଦା ଷ୍ଟାଡିୟମ ଅଫିସରେ ନାମ ପଞ୍ଜିକରଣ କରିପାରିବେ ବୋଲି ଭଲିବଲ ସହ ସମ୍ପାଦକ ପାର୍ଥସାରଥୀ ସ୍ୱାଇଁ ଜଣାଇଛନ୍ତି I