Img 20240621 Wa0305

ଅନ୍ତର୍ଜାତୀୟ ଯୋଗ ଉପଲକ୍ଷେ ୫ ଦିନିଆ ଯୋଗ ଶିବିର ଉଦଯାପିତ

Religion and Cult

ବାରିପଦା: ସ୍ଥାନୀୟ ଷ୍ଟେସନବଜ଼ାର ଖେଳ ପଡିଆରେ ୧0ତମ ଅନ୍ତର୍ଜାତୀୟ ଯୋଗଦିବସ ଉପଲକ୍ଷେ ପ୍ରେମକାଲ ଯୋଗ ମନ୍ଦିର ଆନୁକୂଲ୍ୟରେ ଅନୁଷ୍ଠିତ ଯୋଗ ଶିବିର ଉଦଯାପିତ ହୋଇଯାଇଛି l ଜାତୀୟ ସ୍ତରରେ ବିଭିନ୍ନ ସ୍ଥାନରେ ଯୋଗ ଦ୍ୱାରା ବିଭିନ୍ନ ରୋଗକୁ ଭଲ କରିଆସୁଥିବା ଖ୍ୟାତନାମା ଯୋଗଗୁରୁ ଯୋଗୀରାଜ ରାକେଶ ମହାନ୍ତ ଉକ୍ତ ଶିବିରରେ ଯୋଗ ଶିକ୍ଷା ଦେଇଥିଲେ l ଏହି ଶିବିରରେ ସଚ୍ଚିଦାନନ୍ଦ ଗୁରୁକୁଳ ଓ ପ୍ରିନ୍ସ ମୋଡେଲ ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟତ୍ରୀଙ୍କ ସମେତ ବହୁଲୋକ ଅଂଶ ଗ୍ରହଣ କରିଥିଲେ l ଉକ୍ତ ଉଦଯାପନୀ ଉତ୍ସବରେ ଅନୁଷ୍ଠିତ ସଭାକୁ ଚିନ୍ମୟ ମିଶନ ବାରିପଦାର ସମ୍ପାଦକ ଅଜିତ ବେହେରାଙ୍କ ପରିଚାଳନା କରିଥିବାବେଳେ ଅବସରପ୍ରାପ୍ତ ରେଞ୍ଜର ହିମାଂଶୁ ସାତୁଆ, ଅବସରପ୍ରାପ୍ତ ପୋଲିସ ଅଧ୍ୟକ୍ଷ ଦୁର୍ଗା ମାଧବ ମିଶ୍ର, ସାମ୍ବାଦିକ ସଞ୍ଜୟ ଚୌଧୁରୀ, ଅବସର ପ୍ରାପ୍ତ ସି ଆର ପି ଏଫ କୋମାଣ୍ଡର ରାଖାଲ ବେରା ଯୋଗର ଉପକାରିତା ବିଷୟରେ ମତ ପ୍ରକାଶ କରିଥିଲେ l

ପୂର୍ଣ୍ଣଚନ୍ଦ୍ର ମହାନ୍ତ, ଶିବାନୀ ଥୟାଲ , ଗୀତାଞ୍ଜଳି ମହାନ୍ତି, ସ୍ମୃତି ସୁରଣୀ ମହାନ୍ତ, ଜଗବନ୍ଧୁ ମହାନ୍ତ, ଖଗେନ୍ଦ୍ର ମହାନ୍ତ, ବିଷ୍ଣୁପଦ ବେରା ସୁମନ ମହାନ୍ତ, ଉର୍ମିଳା ବେରା,ମୋବାଶିଷ ମହାନ୍ତ, ସୁଗନ୍ଧ ବେହେରା, ପ୍ରଦୀପ ମହାନ୍ତ, ମମତା ସାହୁ, ଦେବାଶିଷ ମହାନ୍ତ, ବସନ୍ତ ବେହେରା ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ l