Onn 3

ଭଂଜପୁର ଜଗଦ୍ଧାତ୍ରୀ ମେଳାର ୩ୟ ସନ୍ଧ୍ୟା, ଓଡିଶୀ, ଝୁମର ଓ ଆଦିବାସୀ ନୃତ୍ୟରେ ଝୁମିଲେ ଦର୍ଶକ

Religion and Cult State

ବାରିପଦା: ଭଂଜପୁର ଠାରେ ମା’ ଜଗଦ୍ଧାତ୍ରୀଙ୍କ ପୂଜା ଅବସରରେ ଆୟୋଜିତ ମେଳାର ତୃତୀୟ ସନ୍ଧ୍ୟାରେ ହିମାଦ୍ରୀ ତନୟା ଚୌଧୁରୀ ଓ ସୁଶ୍ରୀ ପଦ୍ମଜା ରାଧା ସଙ୍ଗେ ନାଚେ ମୁରଲୀ ପାଣି ଓଡିଶୀ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ମୋହିତ କରିଥିଲେ I ପରେ ପରେ ଓମ ବିନ୍ଦୁ ଝୁମର ମେଲୋଡି, ବାହାଦୁରପୁର ର ଝୁମର ଗୀତ ଓ ନୃତ୍ୟର ତାଳେ ତାଳେ ଝୁମିଥିଲେ ଦର୍ଶକ I ଏହି ସମୟରେ ମେଳା ସହିତ ଆରମ୍ଭରୁ ଜଡିତ ଥିବା ମେଘନାଥ ପଲେଇ ସମସ୍ତଙ୍କ ପ୍ରିୟ ମେଘା ଭାଇଙ୍କ ମୃତ୍ୟୁ ଖବର ପାଇ କମିଟି ସଦସ୍ୟ ମାନଙ୍କ ସହ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଥିଲା I ତୁରନ୍ତ ଝୁମର କାର୍ଯ୍ୟକ୍ରମକୁ ବନ୍ଦ କରି କମିଟିର ସଭ୍ୟ ମାନେ ସେହି ଅମର ଆତ୍ମାର ସଦଗତି ନିମନ୍ତେ ମଞ୍ଚରେ ଏକ ମିନିଟ ନୀରବ ପ୍ରାର୍ଥନା କରିଥିଲେ I ସମସ୍ତ ଦର୍ଶକ ମଧ୍ୟ ଏହି ପ୍ରାର୍ଥନାରେ ସାମିଲ ହୋଇଥିଲେ I

ତାପରେ ପୁଣି ଝୁମର କାର୍ଯ୍ୟକ୍ରମ ଚାଲିଥିଲା I ଶେଷରେ ଓଡିଶା ମୁଣ୍ଡାରୀ ସ୍ଟୁଡେଣ୍ଟସ ଏସୋସିଏସନ ତାଙ୍କର କାର୍ଯ୍ୟକ୍ରମ ପରିବେଷଣ କରିଥିଲେ I ସୋମନାଥ ସିଂହ ଓ ଆଲୋକ ବାରିକ ମଞ୍ଚ ପରିଚାଳନା କରିଥିଲେ I ଆସନ୍ତା କାଲି ଚାରୁ ଏକାଡେମୀ, କରଞ୍ଜିଆ, ଶ୍ରୀ ଜଗନ୍ନାଥ ଡ୍ୟାନ୍ସ କ୍ରିଉ, ହରିହର କଳାମନ୍ଦିର, ବୀଣାପାଣି କଳା ବିକାଶ କେନ୍ଦ୍ର ଓ ଶେଷରେ ମୟୁରଭଞ୍ଜ ଆଦିବାସୀ ସ୍ଟୁଡେଣ୍ଟସ ଏସୋସିଏସନର ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି ବୋଲି ସାଂସ୍କୃତିକ ସମ୍ପାଦକ ମାନସ ମହାନ୍ତି ଓ ପ୍ରିତମ ପଣ୍ଡା ଜଣାଇଛନ୍ତି I