Onn 3

ଆର୍ଥିକ ଅର୍ନ୍ତଭୁକ୍ତିକରଣ ସୁଦୃଢ ପାଇଁ ଖୋଲିଲା ଆମ ବ୍ୟାଙ୍କ

State

ନିଶ୍ଚିନ୍ତକୋଇଲି:ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ଓ ଲୋକମାନଙ୍କର ଆର୍ଥିକ ଅନ୍ତର୍ଭୁକ୍ତିକରଣ ପାଇଁ ବିଜେଡ଼ି ସରକାର ଗୁରୁତ୍ୱ ଦେଉଛି । ସରକାରଙ୍କର ଆମ ଓଡ଼ିଶା ନବୀନ ଓଡ଼ିଶା ୫ଟି ଯୋଜନାରେ ବ୍ୟାଙ୍କ ବିହୀନ ଗ୍ରାମ ପଞ୍ଚାୟତ ଗୁଡ଼ିକରେ ସିଏସପି ପ୍ଲସ ତଥା ଆମ ବ୍ୟାଙ୍କ ଖୋଲାଯାଇ ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ପ୍ରରୀପେକ୍ଷୀରେ ମଙ୍ଗଳବାର ଅପରାହ୍ନରେ ନିଶ୍ଚିନ୍ତକୋଇଲି ବ୍ଳକ ଅନ୍ତର୍ଗତ ରାମକୃଷ୍ଣପୁର ଏବଂ କେରିଲୋ ଗ୍ରାମପଞ୍ଚାୟତରେ ଖୋଲାଯାଇଥିବା ନୂତନ ସିଏସପି ପ୍ଲସ କେନ୍ଦ୍ରକୁ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଶୁଭ ଉଦଘାଟନ କରିଛନ୍ତି । ରାମକୃଷ୍ଣପୁର ସରପଞ୍ଚ ଭାରତୀ ସ୍ୱାଇଁ ଙ୍କ ପୌରହିତ୍ୟରେ ଏଥ୍‌ôରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା ସବିତା ଓଝା, ସମ୍ମାନିତ ଅତିଥି ଭାବେ ସମିତିସଭ୍ୟା ନର୍ମଦା ରାଉତ, ଅତିରିକ୍ତ ବିଡ଼ିଓ ଅଶୋକ କୁମାର ମହାନ୍ତି, ଜିପିଓ ବିଷ୍ଣୁଚରଣ ବେହେରା, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକରୀ ବଳରାମ ମଲିକ, ଜିଆରଏସ ଝୁନିରାଣୀ ସାହୁ, ପିଏନବିର ଡ଼େପୁଟି ମ୍ୟାନେଜର ଶ୍ରୀତମ କୁମାର ରଥ, ବିସି ଅକ୍ଷୟ କୁମାର ନାୟକ, ଚିନ୍ମୟ ବିଶ୍ୱାଳ, ସମୀର କୁମାର ମିଶ୍ର ପ୍ରମଖ ଯୋଗ ଦେଇ ଆମ ବ୍ୟାଙ୍କର ବିଭିନ୍ନ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଉପସ୍ଥିତ ଶହ ଶହ ଗ୍ରାହକମାନଙ୍କୁ ସଚେତନ କରାଇଥିଲେ ।

ପୂର୍ବତନ ସରପଞ୍ଚ ମନୋରଂଜନ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି କେରିଲୋ ପଞ୍ଚାତରେ ସରପଞ୍ଚ ଶୁଭ୍ରା ମହାନ୍ତିଙ୍କ ପୌରହିତ୍ୟରେ ଏଥ୍‌ôରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ଧର୍ମରଂଜନ ପଣ୍ଡା, ସମ୍ମାନିତ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର, ଜିଲ୍ଲାପରିଷଦ ସଭ୍ୟ ଭୂପତିଭୂଣ ଷଣ୍ଢ, ବ୍ଲକ ଅଧକ୍ଷାଙ୍କ ପ୍ରତିନିଧି ମନୋଜ ସେଠୀ, ସମିତିସଭ୍ୟା ସୌରପ୍ରଭା ଜଗଦେବ, ପିଏନବି ମ୍ୟାନେଜର ଦଶରଥ ମଲିକ, ବିସି ହିମାଂଶୁ ଶେଖର ପୃଷ୍ଟି ପ୍ରମୁଖ ଯୋଗ ଦେଇ ପ୍ରମୁଖ ଯୋଗ ଦେଇ ସରକାରଙ୍କର ଆମ ବ୍ୟାଙ୍କ ଯୋଜନା ସମ୍ପର୍କରେ ସଚେତନ କରାଇଥିଲେ । ଶେଷରେ ଯୁବନେତା ଅଜିତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।