Onn 3

ବିଜେପି-ବିଜେଡି ଗୋଟେ: ନରସିଂହ

Politics State

ଭୁବନେଶ୍ୱର: ବିଜେଡି-ବିଜେପିକୁ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ କଟାକ୍ଷ । ବିଜେଡି ସମଦୂରତା କଥା କହୁଛି,କାର୍ଯ୍ୟରେ ବିଜେପି ସହ ଅଛି । ବିଜେପି ଓଡିଶାରେ ୫ଟି ସଚିବଙ୍କ ବିରୋଧରେ କହୁଛି । କେନ୍ଦ୍ରରେ ବିଜେପି ସରକାର ଚାହିଁଲେ କେନ୍ଦ୍ରକୁ ଡାକି ନେଇପାରିବେ ।

ତାହା ନକରି ମୁଖ୍ୟ ସଚିବଙ୍କୁ ଚିଠି ଲେଖି ଭ୍ରମିତ କରୁଛନ୍ତି । ସବୁ ବିଲ୍‌ରେ ଲୋକସଭା,ରାଜ୍ୟସଭାରେ ବିଜେଡି ସମର୍ଥନ କରୁଛନ୍ତି । ଭୟ ଅଛି ବୋଲି ଏପରି କରୁଛି ବିଜେଡି ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ନରସିଂହ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି । ଅନ୍ୟଆଡେ ତଦନ୍ତକାରୀଚୁ ସଂସ୍ଥା ରେଡ୍ କରୁଛି,କିନ୍ତୁ ଓଡିଶାରେ ନାହିଁ । ଏଥିରୁ ସ୍ପଷ୍ଟ ହେଉଛି ଯେ ସେମାନେ ଗୋଟେ ବୋଲଇ ଜଣାପଡିଛି ।