Onn 3

ONN ପ୍ରଭାବ : ଭିନ୍ନକ୍ଷମଙ୍କୁ ମିଳିଲା ହ୍ୱିଲ ଚେୟାର

State

ଆଗରପଡ଼ା : ଗତ ଜୁନ ମାସ ୧ ତାରିଖରେ “ସରକାରୀ ସହାୟତା ଅପେକ୍ଷାରେ ଭିନ୍ନକ୍ଷମ” ଶୀର୍ଷକ ଖବର ‘ONN’ରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ଗତ ବୁଧବାର ପ୍ରଶାସନ ତରଫରୁ ଭିନ୍ନକ୍ଷମଙ୍କୁ ହ୍ୱିଲ ଚେୟାର ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ସରକାର ଭିନ୍ନକ୍ଷମଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନାମାନ ପ୍ରସ୍ତୁତ କରି ଏଥି ପାଇଁ ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ଉକ୍ତ ଯୋଜନା ଗୁଡ଼ିକ ସଫଳ ହୋଇପାରୁନଥିବା ଜଣାପଡ଼ିଛି । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଣିଜୋ ପଞ୍ଚାୟତ ଠାରେ ।

dd

 

ଉକ୍ତ ପଂଚାୟତ ଅନ୍ତର୍ଗତ ରାଜନଗର ମଙ୍ଗଳପୁର ଗ୍ରାମର ଜନୈକ ସାମାଜିକ କର୍ମୀ କୈଳାସ ପୃଷ୍ଟି ଏକ୍ସ(ଟ୍ୱିଟର)ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗର ପଦାଧିକାରୀଙ୍କୁ କରିଥିବା ଅଭିଯୋଗ ଅନୁଯାୟୀ ଅଣିଜୋ ପଂଚାୟତ ଅନ୍ତର୍ଗତ ରାଜନଗର ମଙ୍ଗଳପୁର ଗ୍ରାମର ରଶ୍ମିତା ଜେନା,ଅଣିଜୋ ଗ୍ରାମର କମଳା ବାରିକ ଓ ଅର୍ଜ୍ଜୁନୀ ଗାହଣ,ବିରିଡ଼ୀ ଗ୍ରାମର ଅଭିମନ୍ୟୁ ବେହେରାଙ୍କ ପୁଅ,ନରିପୁର ଗ୍ରାମର ଶିବ ସାହୁଙ୍କ ପୁଅ ଏବଂ ଚାରିଗାଁ ପଂଚାୟତ ଅନ୍ତର୍ଗତ ଇଟୁଆ ଗ୍ରାମର ଶରତ ପଣ୍ଡାଙ୍କ ପୁଅ ପ୍ରମୁଖ ଆଜି ପର୍ଯ୍ୟନ୍ତ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ସଂଗ୍ରାମ କରୁଛନ୍ତି । ସେମାନେ ଆଜିବି ସରକାରଙ୍କ ଦ୍ୱାରା ପ୍ରଦତ୍ତ ବିଭିନ୍ନ ସହାୟତାରୁ ବଂଚିତ ହୋଇ ଆସୁଛନ୍ତି । ସେମାନଙ୍କୁ ସରକାରୀ ସହାୟତା ପ୍ରଦାନ ସହିତ ହ୍ୱିଲ ଚେୟାର ଯୋଗାଇ ହେବାକୁ ସେ ନିବେଦନ କରିଥିବା ଜଣାପଡ଼ିଛି । ତେଣୁ ବିଭାଗୀୟ ଅଧିକାରୀ ଏହାକୁ ଗୁରୁତ୍ୱର ସହ ବିଚାରକୁ ନେଇ ଭିନ୍ନକ୍ଷମଙ୍କୁ ଆବଶ୍ୟକୀୟ ସହାୟତା ପ୍ରଦାନ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଥିବା ଖବର ‘ଓଏନଏନ’ରେ ପ୍ରକାଶ ପାଇଥିଲା ।

https://odishanewsnetwork.in/?p=28652