Onn 3

ଦିବଂଗତ ହାଡ଼ିବନ୍ଧୁ ଦାସଙ୍କ ସ୍ମୃତି ସଭା

State

ନିଶ୍ଚିନ୍ତକୋଇଲି: ବଡ଼କ୍ଷୀର ପଞ୍ଚାୟତ ଗୋପପୁର ଗ୍ରାମର ସମାଜସେବୀ ଦିବଂଗତ ହାଡ଼ିବନ୍ଧୁ ଦାସଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଛି । ଆଧ୍ୟାତ୍ମିକତାବାଦୀ ହେମନ୍ତ କୁମାର ଦାସଙ୍କ ପୌରହିତ୍ୟରେ ଏଥ୍‌ôରେ ମୁଖ୍ୟଅତିଥି ଭାବେ ସରପଞ୍ଚ ହିମାଂଶୁ ନାରାୟଣ ମଲ୍ଲ, ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ ସମିତିସଭ୍ୟ ଜ୍ୟୋତିରଂଜନ ସ୍ୱାଇଁ, ଅବସରପ୍ରାପ୍ତ ସହକାରୀ ଶିକ୍ଷା ଅଧିକାରୀ ସୂର୍ଯ୍ୟମଣୀ ଦଳାଇ, ଶିକ୍ଷକ ବାବାଜୀଚରଣ ଦଳାଇ, ସାମାଜିକ କର୍ମୀ ହରେକୃଷ୍ଣ ଭୂୟାଁ, ରଂଜନ କୁମାର ସ୍ୱାଇଁ, ପ୍ରଦିପ୍ତ କୁମାର ଦାସ, ଉଇଲିୟମ ଦାସ,ରଂଜନ କୁମାର ରାଉଳ, ସୁକାନ୍ତ ଦାସ, ବିଜୟକେତନ ସାହୁ , ରଂଜିତା ବେହେରା ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ହାଡ଼ିବନ୍ଧୁଙ୍କ ସମାଜସେବା କ୍ଷେତ୍ରରେ ରହିଥିବା ବହୁମୁଖୀ ପ୍ରତିଭା ସଂକ୍ରାନ୍ତରେ ଆଲୋଚନା କରି ସ୍ମୃତିଚାରଣ କରିଥିଲେ । ପ୍ରାରମ୍ଭରେ ଆତ୍ମାର ସଦଗତି ନିମନ୍ତେ ହରିନାମ ସଂକୀର୍ତ୍ତନ କରାଯିବା ପରେ ସମୂହ ନୀରବ ପ୍ରାର୍ଥନା କରାଯାଇଥିଲା । ଶେଷରେ କଣ୍ଠଶିଳ୍ପୀ ସୁଧିର କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ ।