5 23 750x430

ଓଡ଼ିଶାରେ ବୈଷୟିକଶିକ୍ଷା ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦିଆଯାଉଛି

State

ଭୁବନେଶ୍ୱର: ଓଡ଼ିଶାରେ ବୈଷୟିକଶିକ୍ଷା ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଆମସରକାର ଅଗ୍ରାଧିକାର ଦେଉଛନ୍ତି। ସେଥିପାଇଁ ସରକାର ଗଠନର କିଛିଦିନ ବ୍ୟବଧାନମଧ୍ୟରେ ଏ କ୍ଷେତ୍ରରେ ଅନେକଗୁଡ଼ିଏ କାର୍ଯ୍ୟକ୍ରମ ହାତକୁ ନିଆଯାଇ ସାରିଲାଣି । ଆଜି ରାଜ ଭବନ ସନ୍ନିକଟ ସରକାରୀ ପଲିଟେକ୍‌ନିକ୍‌ କଲେଜରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଯୋଗଦେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି ଯେ ଆଜି ଯେଉଁ ତିନିଗୋଟି କାର୍ଯ୍ୟକ୍ରମ ଯଥା- ପଲିଟେକ୍‌ନିକ୍ସ ରାଙ୍କିଂ, ସମନ୍ୱିତ ୱେବ୍‌ସାଇଟ୍‌ ଓ ସରକାରୀ ପଲିଟେକ୍‌ନିକ୍ସରେ ଜୀବନ ଦକ୍ଷତା ପ୍ରଶିକ୍ଷଣର ଉଦ୍‌ଘାଟନ କରାଯାଇଛି ତା’ର ଉପାଦେୟତା ଅତ୍ୟନ୍ତ ଗୁରୁତର ।
ପଲିଟେକ୍‌ନିକ୍ସ ରାଙ୍କିଂ ଏକ ଯୁଗୋପଯୋଗୀ ପଦକ୍ଷେପ । ଏହା ଦ୍ୱାରା ବିଭିନ୍ନ ପଲିଟେକ୍‌ନିକ୍ସ ମୁଖ୍ୟତଃ ୧୩୨ ଗୋଟି ପଲିଟେକ୍‌ନିକ୍ସ ମଧ୍ୟରେ ପ୍ରତିଯୋଗିତା ହୋଇଛି । ନ୍ୟାବେଟ୍‌ (ନ୍ୟାସନାଲ୍‌ ଆକି୍ରଡିଏସନ୍‌ ବୋର୍ଡ ଫର ଏଜୁକେସନ୍‌ ଆଣ୍ଡ ଟ୍ରେନିଂ) ସହାୟତାରେଏହି ରାଙ୍କିଂ କରାଯାଇଛି । ଏଥିରେ ସିଧାସଳଖ ଛାତ୍ରଛାତ୍ରୀମାନେ ଉପକୃତ ହେବେ । ମୁଖ୍ୟତଃ ଛାତ୍ରଛାତ୍ରୀମାନଙ୍କ ଉପସ୍ଥାନ, କର୍ମଶାଳା, ଶିକ୍ଷାଦାନ, ପ୍ରଶିକ୍ଷଣ, ଶିକ୍ଷକ-ଶିକ୍ଷୟିତ୍ରୀ ଅନୁପାତ ପରୀକ୍ଷାରେଉତ୍ତୀର୍ଣ୍ଣ ପରେ ଚାକିରିରେ ଅବସ୍ଥାପିତ ସମ୍ବନ୍ଧରେ ତୁଳନାତ୍ମକ ବିବରଣୀ ପ୍ରାପ୍ତ ହେବା ସହ ଆଶାନୁରୂପ ଫଳାଫଳ ପ୍ରଦର୍ଶନ କରୁଥିବା ପଲିଟେକ୍‌ନିକ୍ସକୁ ଗୁରୁତ୍ୱ ଦିଆଯିବ । ଓଡ଼ିଶାର ଏହି ପଲିଟେକ୍‌ନିକ୍ସ ରାଙ୍କିଂ ଭାରତରେ ପ୍ରଥମ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ଏହା ବ୍ୟତୀତ ଏକ ସମନ୍ୱିତ ୱେବ୍‌ସାଇଟ୍‌କୁ ମନ୍ତ୍ରୀ ଉନ୍ମୋଚନ କରିଥିଲେ । ପୂର୍ବରୁଏହା ଭିନ୍ନ ଭିନ୍ନ ଆକାରରେଏକକ ୱେବ୍‌ସାଇଟ୍‌ ଭାବରେ ଥିଲା । କିନ୍ତୁ ଏହାକୁ ସମନ୍ୱିତ କରାଯାଇଛି । ଏହା ଦ୍ୱାରା ଗୋଟିଏ ୱେବ୍‌ସାଇଟ୍‌ରୁ ବିଭିନ୍ନ ଅନୁଷ୍ଠାନ ଯଥା-ସିପିସି (ସେଣ୍ଟ୍ରାଲ ପ୍ଲେସ୍‌ମେଣ୍ଟ ସେଲ୍‌), ଡିଏସ୍‌ଡିଇ, ଡିଟିଇଟି, ଏସ୍‌ସିସିପିଏଣ୍ଡ ଭିଟି ତଥ୍ୟ ପାଇପାରିବେ ଓ ତଥ୍ୟ ପ୍ରଦାନକରିପାରିବେ । ପୂର୍ବରୁ ଯେଉଁ ଅସୁବିଧା ସୃଷ୍ଟି ହେଉଥିଲା ତାହା ଆଉ ହେବନାହିଁ ।
ଆଜି ସମାରୋହରେ ତୃତୀୟ ପଦକ୍ଷେପ ଭାବରେ ସରକାରୀ ପଲିଟେକ୍‌ନିକ୍ସରେ ଜୀବନ ଦକ୍ଷତା ପ୍ରଶିକ୍ଷଣ ଆପ୍‌ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା । ମ୍ୟାକ୍‌ ମିଲନ୍‌ ସହଭାଗିତାରେ ୨୦୨୪-୨୫ ଆର୍ଥିକ ବର୍ଷରୁ ପଲିଟେକ୍‌ନିକ୍ସର ଦ୍ୱିତୀୟ ଓ ତୃତୀୟ ବର୍ଷଛାତ୍ର ଛାତ୍ରୀଙ୍କୁ ଏହି ପ୍ରଶିକ୍ଷଣ ଦିଆଯିବ। ଏହି ଜୀବନ ଦକ୍ଷତା କାର୍ଯ୍ୟକ୍ରମ ଯୁବକ ଯୁବତୀଙ୍କୁ ଉଦ୍ୟୋଗୀ କରିବା ପାଇଁ ନିଯୁକ୍ତି ପ୍ରୋତ୍ସାହନ ଦେବା ପାଇଁ ଆତ୍ମ ବିଶ୍ୱାସ ଓ ସାମର୍ଥ୍ୟ ସୃଷ୍ଟିକରିବ । ଏଥିରେ ଆଇଟିଆଇ, ପଲିଟେକ୍‌ନିକ୍‌ ସହ ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ଲାଭ କରିପାରିବେ । କହିବାକୁ ଗଲେ ଛାତ୍ରଛାତ୍ରୀମାନଙ୍କ ଜୀବନ କୌଶଳ ପରୀକ୍ଷଣ ଆଜିଠାରୁ ପଲିଟେକ୍‌ନିକ୍ସରେ ପ୍ରବର୍ତ୍ତନ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ନିର୍ଦ୍ଦେଶକ ଦକ୍ଷତା ବିକାଶଶ୍ରୀ ରେଘୁଜୀ, ନିର୍ଦ୍ଦେଶିକା ବୈଷୟିକଶିକ୍ଷା ଓ ନିଯୁକ୍ତି ଶ୍ରୀମତୀ ରଶ୍ମିତା ନାୟକ, ପଲିଟେକ୍‌ନିକ ରାଙ୍କିଂର ସିଇଓ ଓ ପଲିଟେକ୍‌ନିକ୍ସ ସଫ୍ଟ ସ୍କିଲିଂ ନ୍ୟାବେଟ୍‌ ସିଇଓ ମ୍ୟାକ୍‌ ମିଲନ, ଓକାକ୍‌ ଓ ଲୁମିନସ୍‌ ଇନ୍‌ଫୟେସ୍‌ର ସିଇଓ, ବିଭିନ୍ନ ସରକାରୀ ଓ ବେସରକାରୀ ପଲିଟେକ୍‌ନିକ୍ସର ଅଧ୍ୟକ୍ଷ, ଅଧ୍ୟକ୍ଷା, ପ୍ରାଧ୍ୟାପିକା ପ୍ରଭୃତି ଯୋଗଦେଇଥିଲେ । ପ୍ରଥମ ୧୦ଗୋଟି ପଲିଟେକ୍‌ନିକ୍ସ ରାଙ୍କିଂରେ ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ୍‌ ଇଂଜିନିୟରିଂ ପ୍ରଥମ ହୋଇଥିବାବେଳେ କିଟ୍‌ ପଲିଟେକ୍‌ନିକ୍ସ ଦ୍ୱିତୀୟ ଓ ଆଉ ୫ ଗୋଟିସରକାରୀ ପଲିଟେକ୍‌ନିକ୍ସ ଯଥାକ୍ରମେ ତୃତୀୟ, ଚତୁର୍ଥ, ପଞ୍ଚମ, ଷଷ୍ଠ ସ୍ଥାନରେ ଅଛନ୍ତି ।