Onn 3

ମୃତ ସରପଞ୍ଚଙ୍କ ପରିବାରକୁ ସାନ୍ତ୍ୱନା ଦେଲେ ବିଧାୟକ

State

ନିଶ୍ଚିନ୍ତକୋଇଲି: ନତକାଇ ପଞ୍ଚାୟତର ପ୍ରବୀଣ ରାଜନୀତିଜ୍ଞ ,ଜନପ୍ରିୟ ନେତା ପୂର୍ବତନ ସରପଞ୍ଚ ସ୍ୱର୍ଗତ ଷ୍ଟାଲିନ ରାଉତଙ୍କ ଅକାଳ ବିୟୋଗ ଖବର ଶୁଣି ମାହାଙ୍ଗା ବିଧାୟକ ପ୍ରତାପ ଜେନା ତାଙ୍କ ବାସଭବନରେ ପହଞ୍ଚିଥିଲେ । ଏଭଳି ବିୟୋଗରେ ବିଧାୟକ ଶ୍ରୀ ଜେନା ମ୍ରିୟମାଣ ହେବା ସହିତ ସ୍ୱର୍ଗତ ରାଉତଙ୍କ ପରିବାର ବର୍ଗଙ୍କୁ ଧର୍ଯ୍ୟ ରଖିବା ପାଇଁ କହି ସାନ୍ତ୍ୱନା ଦେଇଥିଲେ । ବିଧାୟକ ଶ୍ରୀ ଜେନା ମୃତକଙ୍କ ପୁତ୍ର ଶକ୍ତିପ୍ରସାଦ ଓ ପୁତୁରା କାଦର ରାଉତଙ୍କୁ ପରିବାରର ବିଭିନ୍ନ ଭଲ ମନ୍ଦ ବିଷୟରେ ପଚାରି ବୁଝି ଗଭୀର ଦୁଃଖ ପ୍ରକାଶ କରିଥିଲେ ।

ବିଧାୟକଙ୍କ ସହିତ ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ଜୋନ୍ ସଭାପତି ଜ୍ୟୋତିପ୍ରକାଶ ସ୍ୱାଇଁ, ପୂର୍ବତନ ସରପଞ୍ଚ ଦେବେନ୍ଦ୍ର ସାହୁ, କ୍ଷୀରୋଦ ପଣ୍ଡା,ଅଧ୍ୟକ୍ଷାଙ୍କ ପ୍ରତିନିଧି ମନୋଜ ସେଠୀ,ସରପଞ୍ଚ ଜୟଦେବ ରାଉତ, ସନ୍ତୋଷ ରାଉତ,ବ୍ଲକ ଯୁବ ବିଜେଡ଼ି ସଭାପତି ଜ୍ଞାନରଂଜନ ରାଉତ, ଜିଲ୍ଲାପରିଷଦ ବିପ୍ଲବ କାପ,ମନୋରଂଜନ ରାଉତଙ୍କ ସମେତ ବହୁ ବିଜେଡ଼ି ନେତୃବୃନ୍ଦ ଉପସ୍ଥିତ ଥିଲେ ।