Onn 3

ଦୁଇ ବରିଷ୍ଠ ମୋହରୀରଙ୍କ ବିୟୋଗରେ ଶୋକସଭା

State

ବାରିପଦା: ବାରିପଦା କଚେରୀ ରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଆସୁଥିବା ଦୁଇଜଣ ବରିଷ୍ଠ ମୋହରୀର ଶୈଳେନ୍ଦ୍ର କୁମାର ନାୟକ ଏବଂ ମୁରଲୀ ଧର ମହାନ୍ତଙ୍କର ଶୁକ୍ରବାର ବିୟୋଗ ଘଟିଥିବାରୁ ଉଭୟଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ବାରିପଦା ମୋହରୀର ସଙ୍ଘ ପକ୍ଷରୁ ନୂତନ ମୋହରୀର ଖାନା ଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇ ଯାଇଛି |

ସଙ୍ଘର ସଭାପତି ଶରତ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶୋକସଭରେ ପ୍ରଥମେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା |ସଙ୍ଘର ସମ୍ପାଦକ ଦୁଇ ଦିବଂଗତ ମୋହରୀର ଙ୍କ ବିୟୋଗ ସଙ୍ଘ ପାଇଁ ଅପୂରଣୀୟ କ୍ଷତି ବୋଲି କହିଥିଲେ. ଉପସ୍ଥିତ ଲକ୍ଷ୍ମୀଧର ମହାନ୍ତି, ସନ୍ତୋଷ କୁମାର ସାହୁ, ଉଦୟ କୁମାର ନାୟକ, କପିଳେଶ୍ଵର ସାହୁ, ବସନ୍ତ କୁମାର ପାଣିଗ୍ରାହୀ, ପିତାମ୍ବର ମଲ୍ଲିକ, ମୃତ୍ୟୁଞ୍ଜୟ ସାହୁ, ଜତିନ ଚନ୍ଦ୍ର ଗିରି, ତ୍ରିଲୋଚନ କମିଳା ପ୍ରମୁଖ ବହୁ ମୋହରୀର ଯୋଗଦେଇ ସ୍ମୃତି ଚାରଣ କରିଥିଲେ |