Onn 3

ତ୍ରିଦୀଵସୀୟ ଅଣଆଵାସିକ ଶିକ୍ଷକ ପ୍ରଶିକ୍ଷଣ ‘ ସାମର୍ଥ୍ୟ ‘ ଶିବିର ଅନୁଷ୍ଠିତ

State

ବାରିପଦା: ସ୍କୁଲ ଓ ଗଣଶିକ୍ଷା ଵ ଭାଗ ପକ୍ଷରୁ ଉଚ୍ଚ ବାଳିକା ବିଦ୍ୟାଳୟର ସ୍ମାର୍ଟ ରୁମରେ ତ୍ରିଦିବସୀୟ (୧୭,୧୮,୧୯) ଅଣଆବାସିକ ଶିକ୍ଷକ ପ୍ରଶିକ୍ଷଣ ‘ ସାମର୍ଥ୍ୟ ‘ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମ୍ୟୁନିସିପାଲିଟିର ଏବଂ ବ୍ଳକର ୬ ଟି କ୍ଲଷ୍ଟର ଯଥା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ପିଛିଲିଘାଟି, ସୁଦର୍ଶନପୁର,କୁଲେଇଶିଳା,ବଡମୌଦା,ଦୁଵୁଲାବେଡା,, ପଣ୍ଡିତ ରଘୁନାଥ ମୁର୍ମୁ ‘ ବିଦ୍ୟାଳୟର ୫୦ ଜଣ ଶିକ୍ଷକ/ ଶିକ୍ଷୟତ୍ରୀ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଗିରଥି ମହାନ୍ତି ,ଏବିଇଓ ଶ୍ରୀ କାର୍ତ୍ତିକ ଚନ୍ଦ୍ର କାରୁଆ ଏବଂ ପ୍ରଧାନ ଶିକ୍ଷୟିତ୍ରୀ ଋଷିପ୍ରଭା ମହାନ୍ତ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦ୍ଘାଟନ କରିଥିଲେ ।

ଏହି ଶିବିରରେ ଗୋଷ୍ଠୀ ସମ୍ବଳ ଶିକ୍ଷକ ମହେଶ ମହାପାତ୍ର,ସାଗରିକା ପଣ୍ଡା, ଅରବିନ୍ଦ କୁମ୍ଭକାର, ଅନୁପ ଗୁପ୍ତା,ଜ୍ଯୋତିଵଷୁ ଭଂଜ ଦିଵ୍ଯାଙ୍ଗ ପିଲାମାନଙ୍କ ପାଇଁ କିଭଳି ପ୍ରଶିକ୍ଷଣ ଦିଆଯିବ ତାହା ଉପରେ ପ୍ରାଞ୍ଜଳ ଭାବରେ ଉପସ୍ଥିତ ଶିକ୍ଷକ/ ଶିକ୍ଷୟତ୍ରୀଙ୍କୁ ତାଲିମ ଦେଇଥିଲେ । ପ୍ରୋଜେକ୍ଟରେ ମାଧ୍ୟମରେ ଭିଡିଓ କ୍ଲିପ ପ୍ରଦର୍ଶିତ କରାଯାଇଥିଲା । ଭଵିଷ୍ଯତରେ‌ ଅକ୍ଷମ ହୋଇ ମଧ୍ୟ ସକ୍ଷମ ଭଳି କାମ କରି ପାରିବେ । ସେମାନେ ଭବିଷ୍ୟତରେ ନିଜ,ପରିବାର ଓ ସମାଜ ପାଇଁ ବୋଝ ହୋଇ ନ ରହିବେ ଏହାହିଁ ଏହି ତାଲିମର ଉଦେଶ୍ୟ ଥିଲା । ଶେଷ ଦିନରେ ଏହି ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ପିସିଏମ ଗୋଷ୍ଠୀ ସାଧନ କେନ୍ଦ୍ର ପରିସରରେ ଥିବା ଅନ୍ତର୍ନିଵେଶୀ ଶିକ୍ଷା ସାଧନ କେନ୍ଦ୍ର ପରିଭ୍ରମଣ ରେ ଯାଇଥିଲେ । ସେଠାରେ ଦିଵ୍ଯାଙ୍ଗ ପିଲାଙ୍କ ପାଇଁ ବିଭିନ୍ନ ଶିକ୍ଷା ଉପକରଣ ବ୍ୟବହାର ଉପରେ ଜ୍ଞାତଵ୍ଯ ତଥ୍ୟ ଆହରଣ କରିଥିଲେ ।ଏହା ବ୍ୟତୀତ ଦିଵ୍ଯାଙ୍ଗ ତଥା ସେହି ବର୍ଗର ପିଲାମାନଙ୍କୁ କିଭଳି ସାଧାରଣ ଵିଦ୍ଯାଳୟରେ ପଢାଯିବ , ସେଥିପାଇଁ ପ୍ରଶିକ୍ଷଣ ଦିଆଯାଇଥିଲା ।