Onn 3

ଲୋକଙ୍କୁ ଠକୁଥିବା ନକଲି ଓକିଲ ଗିରଫ

Crime State

ବାରିପଦା: ଆଜି ବାରିପଦା ଟାଉନ ଥାନା ପୋଲିସ ପକ୍ଷରୁ ଜଣେ ନକଲି ଓକିଲ କୁ ଗିରଫ କରାଯାଇଅଛି । ଗିରଫ ନକଲି ଓକଲ ଜଣକ ହେଲେ ମୟୁରଭଞ ଜିଲା ଝାରପୋଖରିଆ ଥାନା ଅନ୍ତର୍ଗତ ବାଲିଆସାହି ଅଞ୍ଚଳର ଭଗବାନ ନାଏକ ।

ସଂପୃକ୍ତ ବ୍ୟକ୍ତି ଜଣକ ନିଜକୁ ଓକିଲ ର ପରିଚୟ ଦେଇ ବିଭିନ୍ନ ଲୋକମାନଙ୍କୁ ଠକୁଥିଲା । ପୋଲିସ ତା ପାଖରୁ ବିଭିନ୍ନ ଅଫିସ ର ସିଲ ଜବତ କରିଅଛି । ଏ ବାବଦରେ ଟାଉନ ଥାନାରେ କେସ ନମ୍ବର ୫୬୧/୨୩ ରେ ଏକ ମାମଲା ରୁଜୁ କରିବା ସହ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରିରଖିଅଛି ।