Onn 3

ଛପଚିକଣା ସ୍ଥିତ ହାଟ ଛକ ହରଚଣ୍ଡୀ ବଜାରରୁ ଚୋରି

Crime State

ନିଶ୍ଚିନ୍ତକୋଇଲି : କଟିକଟା-ଜୟପୁର ରାସ୍ତା ପାଶ୍ୱର୍ସ୍ତ ନିଶ୍ଚିନ୍ତକୋଇଲି ବ୍ଲକ ଛପଚିକଣା ସ୍ଥିତ ହାଟ ଛକ ହରଚଣ୍ଡୀ ବଜାରରୁ ସୋମବାର ବିଳମ୍ବିତ ରାତିରେ ଦୁର୍ବୁତ୍ତମାନେ ଦୁଇଟି ଦୋକାନରୁ ଚୋରି କରିଛନ୍ତି । ଏହାଛଡ଼ା ସେହିଦିନ ସନ୍ଧ୍ୟାରେ ଏହି ବଜାରର ଦୋକାନୀ ଗୁରୁଚରଣ ରାଉତଙ୍କର ଏକ ସାଇକେଲ ମଧ୍ୟ ଚୋରି ହୋଇଥିବା ଜଣାଯାଇଛି । ଏ ସଂକ୍ରାନ୍ତରେ ଥାନାରେ କୌଣସି ଅଭିଯୋଗ ହୋଇନଥିଲେ ମଧ୍ୟ ନରେନ୍ଦ୍ରପୁର ପୋଲିସ ବିଟ ହାଉସ ପକ୍ଷରୁ ସବଇନସପେକ୍ଟର ଗୌରାଙ୍ଗଚରଣ ବିଶ୍ୱାଳ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଚୋର ଧରିବା ପାଇଁ ଅନୁସନ୍ଧାନ ଜାରି ରଖିଛନ୍ତି ।

ଏହି ବଜାରରେ ତେଜରାତି ଦୋକାନ କରିଥିବା ଦେବେନ୍ଦ୍ରନାଥ ମହାପାତ୍ରଙ୍କ ଦୋକାନରୁ ସୋରିଷ ତେଲ ଓ ରିଫାଇନ ତେଲ ମିଶି ୭ ପେଟି ଏବଂ ନଗଦ ୧୦ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଦୁର୍ବୁତ୍ତମାନେ ଚୋରି କରିନେଇଥିବା ସେ ପ୍ରକାଶ କରିଥିଲା ବେଳେ ଜଳଖିଆ ଦୋକାନୀ କିଶୋର ରାଉଳଙ୍କର ନଗଦ ୫ହଜାର ଟଙ୍କା ସହ ଦୋକାନରେ ଥିବା କିଛି ଚାହା ଚୋରି ହୋଇଥିବା ଜଣାଯାଇଛି । ଅଭିଯୋଗ କରିବା ପୂର୍ବରୁ ପୋଲିସ ଆସିଥିବାରୁ ଏହି ଦୋକାନୀମାନେ ଥାନାରେ କୌଣସି ଅଭିଯୋଗ କରିନଥିବା ବେଳେ ବୁଧବାରଦିନ ଅଭିଯୋଗ କରିବେ ବୋଲି କହିଛନ୍ତି । ଅପରପକ୍ଷରେ ଏହି ଦୁଇଟି ଦୋକାନରୁ ବଡ଼ଧରଣର ଚୋରି ହୋଇନଥିବା ଏସଆଇ ଶ୍ରୀ ବିଶ୍ୱାଳ ପ୍ରକାଶ କରିଛନ୍ତି ।