Raod

ରାଜ୍ୟର ୨ ହଜାରରୁ ଅଧିକ ଗାଁକୁ ରାସ୍ତା ନାହିଁ: ମନ୍ତ୍ରୀ

State

ଭୁବନେଶ୍ୱର: ବିଧାନସଭାରେ ଚାଲିଛି ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଅଧିବେଶନ । ଏହି ସମୟରେ, ମଙ୍ଗଳବାର ପୂର୍ବ ସରକାର ଉପରେ ବର୍ଷିଛନ୍ତି ସଂସଦୀୟ ବ୍ୟାପର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତି ଯେ, ପୂର୍ବ ସରକାର ଯୋଉ ଡିଣ୍ଡିମ ପିଟପୁଛନ୍ତି ଯେ, ଗତ ୨୫ ବର୍ଷ ଭିତରେ ରାଜ୍ୟ ବହୁତ ଆଗକୁ ବଢିଛି ତାହା ସମ୍ପୂର୍ଣ୍ଣ ଭିତ୍ତି ହିନ । କାରଣ ତଥ୍ୟ ଆଉ କିଛି କହୁଛି ।

ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ଏବେବି ରାଜ୍ୟର ୨ ହଜାରରୁ ଅଧିକ ଗାଁକୁ ରାସ୍ତା ନାହିଁ । ମୟୂରଭଞ୍ଜ ଜିଲ୍ଲାରେ ୫୮ ଗାଁକୁ ରାସ୍ତା ନାହିଁ, ହେଲେ କନଭରଜେନ୍ସ ଯୋଜନାର ରାସ୍ତା ପାଇଁ ବିଜେପି ସରକାର ବ୍ୟବସ୍ଥା କରିଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ।

ପୁର୍ବରୁ ସିଏଫସି, ଏସଏଫସି, ଏମଏଲଏ ପାଣ୍ଠି, ଏମପି ପାଣ୍ଠି, ମନରେଗାରେ ରାସ୍ତା ନିର୍ମାଣ ପାଇଁ ବ୍ୟବସ୍ଥା ଥିଲା କିନ୍ତୁ ଚଳିତ ଥର ରାଜ୍ୟ ସରକାର ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାର ଏଥିପାଇଁ ବ୍ୟବସ୍ଥା ରହିଛି । ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାର ୩୫ ପ୍ରତିଶତ ଅର୍ଥ ଗାଁ ରାସ୍ତା ନିର୍ମାଣରେ ଖର୍ଚ୍ଚ ପାଇଁ ବ୍ୟବସ୍ଥା ରହିଛି । ସବୁ ଗାଁକୁ ଗମନାଗମନର ସୁବିଧା କରିବାକୁ ଗ୍ରାମସଭା ମାଧ୍ୟମରେ ଆସୁଥିବା ପ୍ରକଳ୍ପ ଗୁଡ଼ିକୁ ମଞ୍ଜୁର କରାଯିବ ବୋଲି କହିଛନ୍ତି ସଂସଦୀୟ ବ୍ୟାପର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।