Onn 3

ଅବକାରୀ ଯନ୍ତାରେ ଦୁଇ ମଦ ମାଫିଆ, ସ୍କୁଟି ଓ ପେସନ ପ୍ରୋ ବାଇକ ସହ ୮୪ ଲି ଦେଶୀ ମଦ ଜଵତ

Crime State

ବାରିପଦା: ବାମନଘାଟୀ ଉପଖଣ୍ଡରେ ଦେଶୀ ମଦର ବନ୍ୟା ହେଉଛି ।ଏହା ଏବେ କୁଟୀର‌ଶିଳ୍ପରେ ପରିଣତ ହୋଇଗଲାଣି ।ପୋଲିସ ଏବଂ ଅବକାରୀ ବିଭାଗ ଯେତ କଠୋର ପଦକ୍ଷେପ ନେଲେ ମଧ୍ୟ ମଦ ମାଫିଆ ମାନେ ଖାତିର କରୁ ନାହାନ୍ତି ।ଆଇନକୁ ଫୁ କରି ଦେଉଛନ୍ତି । ଦୁର୍ଗମ ପାହାଡ ଅଂଚଳରେ ଗ୍ରାମବାସୀ ଓ ବେକାର ଯୁବକମାନଙ୍କୁ ହାତକରି କିଛି ଅସାଧୁ କର୍ମଚାରୀଙ୍କୁ ହାତ କରି ମଦ ବେପାର ଚଳାଇଛନ୍ତି ।ଯାହାର ଟେର ପାଉ ନାହିଁ ଅବକାରୀ ବିଭାଗ ଓ ପୋଲିସ ।ମଦ ବନ୍ୟାରେ ସମାଜ ଓ ଗ୍ରାମ ପରିବେଶ କଳୁଷିତ ହେବାକୁ ବସିଲାଣି । ସହରର ମୁର୍ମୁ ଛକରେ ଅବକାରୀ ବିଭାଗ ପେଟ୍ରୋଲିଂ କରୁଥିବାବେଳେ ଏକ ସ୍କୁଟି ଚାଳକ ସେମାନଙ୍କୁ ଦେଖି ଦୃତ ଗତିରେ ପଳାଉଥିଲା । ଅବକାରୀ ବିଭାଗ ତାକୁ ପିଛା କରି ଅଟକାଇ ଯାଞ୍ଚ କରୁଥିବାବେଳେ ଏକ ଟ୍ଯୁବରେ ୭୦ ଲି ଦେଶୀମଦ ଥିବା ଜାଣିବାକୁ ପାଇଥିଲା ।ସ୍କୁଟି ଚାଳକ ସହ ମଦ ଜବତ କରି ଅବକାରୀ ବିଭାଗ କାର୍ଯ୍ୟାଳୟକୁ ନେଇଥିଲେ ।ସେଠାରେ ଏକ ଅବକାରୀ ମାମଲା କେଶ ନମ୍ବର ୩୬/୨୩-୨୪ ରୁଜୁ କରି କୋର୍ଟ ଚାଲାଣ କରିଛି । ବେଆଇନ ମଦ ବେପାରୀଙ୍କ ଘର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନୂସାଡିହି ଗ୍ରାମର ମୁଚିରାମ ମାଝୀ(୩୨) ।

ସେହିଭଳି ଅବକାରୀ ବିଭାଗ ପେଟ୍ରୋଲିଂ କରୁଥିବାବେଳେ ସହରର ଅଁଳାଡୁବା ରାସ୍ତାରେ ଏକ ପେସନ ପ୍ରୋ ବାଇକରେ ବାଇକ ଚାଳକ ସେମାନଙ୍କୁ ଦେଖି ଦୃତ ଗତିରେ ଖସି ପଳାଉଥିବା ଦେଖି ଅବକାରୀ ବିଭାଗ ପିଛା କରି ବାଇକ ଚାଳକକୁ କାବୁ କରି ଯାଞ୍ଚ କରୁଥିବା ସମୟରେ ୧୪ ଲି ଦେଶୀ ମଦ ଜବତ କରିଥିଲେ ।ଵାଇକ ଓ ବାଇକ ଚାଳକ ଓ ଦେଶୀ ମଦ ଜବତ କରି ଅବକାରୀ କାର୍ଯ୍ୟାଳୟକୁ ନେଇଥିଲେ ।ସେଠାରେ ମଦ ବେପାରୀଙ୍କ ନାମରେ କେଶ ୫୫/୨୩-୨୪ ରୁଜୁ କରିବା ସହ କୋର୍ଟ ଚାଲାଣ କରିଛି ।ମଦ ବେପାରୀଙ୍କ ଘର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ପିଠାକୁ ଟୁଣୀ ଗ୍ରାମର ଦୁଖୀଶ୍ଯାମ ମାଝୀ(୫୨) । ଚଢ଼ାଉରେ ଅବକାରୀ ବିଭାଗ ସୁପରିଣ୍ଟେଡେଣ୍ଟ ପ୍ରଶାନ୍ତ କହଁର ଙ୍କ ନିର୍ଦ୍ଦେଶକ୍ରମେ ଆଇଆଇସି ଧୀରେନ ବେହେରା, ଓଆଇସି ମନୋଜ ପୁରସେଠ, ଦିଲିପ ଯେନା,ବିପ୍ଳବ ମଲ୍ଲିକ,ଅରୁଣ ମୁଦୁଲି, ପ୍ରିୟଙ୍କା ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ ।